ଚୌଦ୍ୱାର ୧୯।୦୨: ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ । କଟକ ଚୌଦ୍ୱାର ଥାନା ମହିଷାଲଣ୍ଡା ପଞ୍ଚାୟତ ଆମ୍ବିଳିଝରି ଗାଁରେ ହତ୍ୟାକାଣ୍ଡ ଘଟିଛି । ମୃତକ ଜଣଙ୍କ ହେଲେ ସନ୍ତୋଷ ନାୟକ । ଏହି ଘଟଣାରେ ପୁଲିସ ଅଭିଯୁକ୍ତ ସୁବର୍ଣ୍ଣ କଳାକୁ ଗିରଫ କରିଛି।
ପୋଲିସ ସୂଚନା ଅନୁସାରେ, ମଙ୍ଗଳବାର ଅପରାହ୍ନରେ ସୁବର୍ଣ୍ଣ କଳାଙ୍କ ୨ୟ ପତ୍ନୀ ସହିତ ସନ୍ତୋଷ ନାମକ ଜଣେ ବ୍ୟକ୍ତିଙ୍କର ଅନୈତିକ ସଂପର୍କରେ ଲିପ୍ତ ଥିବା ସୁବର୍ଣ୍ଣ ଦେଖୁଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଏକ ଶାବଳରେ ସନ୍ତୋଷକୁ ମାରି ଦେଇଥିଲା। ଯାହାଫଳରେ ଘଟଣାସ୍ଥଳରେ ହିଁ ସନ୍ତୋଷଙ୍କର ମୃତ୍ୟୁ ହୋଇଥିଲା। ସେପଟେ ହତ୍ୟାକାଣ୍ଡ ସଂପର୍କରେ ଗ୍ରାମବାସୀଙ୍କଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ତେବେ ମୃତ ସନ୍ତୋଷଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ପୋଲିସ ଗାଁରେ ଚଢାଉ କରି ସୁବର୍ଣ୍ଣକୁ ଗିରଫ କରିଛି । ପୁଲିସ ସୁବର୍ଣ୍ଣକୁ ଧରି ଥାନାକୁ ଆଣି ପଚରାଉଚରା କରିବା ସହିତ ସାଇଣ୍ଟିଫିକ୍ ଟିମ୍ ସହିତ ଅଧିକ ତଦନ୍ତ କରୁଛି।