କେନ୍ଦୁଝର ୧୨।୦୪ : କେନ୍ଦୁଝର ଜିଲ୍ଲା ସଦର ଥାନା ତଲକଇଁସାରି ଗାଁରେ ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୁତୁରାର ଟାଙ୍ଗିଆ ଚୋଟରେ ଗଲା କକାର ଜୀବନ । ହତ୍ୟା ପରେ କଟା ମୁଣ୍ଡକୁ ଧରି ଶୁଆକାଟି ଫାଣ୍ଡିରେ ପହଞ୍ଚିଲା ପୁତୁରା । ପୋଲିସ ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି ।
ଖବର ଅନୁଯାୟୀ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଦର ଥାନା କଇଁସାରି ଗାଁର ଦାଦା ହରି ଦେହୁରୀ ଏବଂ ପୁତୁରା କବି ଦେହୁରୀଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା । ଶେଷରେ ବିବାଦ ଉଗ୍ରରୂପ ନେଇଛି। ଏକ ଟାଙ୍ଗିଆ ଚୋଟରେ ଦାଦାଙ୍କ ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଇଛି ପୁତୁରା । ଏହି ହତ୍ୟାକାଣ୍ଡ ପରେ ପୁତୁରା ଦାଦାଙ୍କ କଟାମୁଣ୍ଡ ଧରି ଶୁଆକାଟି ଫାଣ୍ଡିରେ ପହଞ୍ଚିଛି । ଏହାପରେ ପୋଲିସ ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି । ଅନ୍ୟପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ସଦର ଥାନା ପୋଲି ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ପଚରାଉଚରା ଜାରି ରଖିଛି । ଏହାସହିତ ଅଭିଯୁକ୍ତକୁ ଗିରଫ କରି ମଧ୍ୟ ପଚରାଉଚରା କରୁଛି ।