ନବଦାସ ହତ୍ୟା କାଣ୍ଡ ମାମଲା: ଚାର୍ଜସିଟ୍‌କୁ ରଦ୍ଦି କାଗଜ କହିଲେ ବିଜେପି ସାଂସଦ

Published By : Prameya-News7 Bureau | July 14, 2023 IST

ଝାରସୁଗୁଡା ୧୪/୦୭: ନବଦାସ ହତ୍ୟାକାଣ୍ଡ ଘଟଣାର ଚାର୍ଜସିଟକୁ ରଦ୍ଦି କାଗଜ ବୋଲି କହିଲେ ବିପେଜି ନେତା ତଥା ସାଂସଦ ସୁରେଶ ପୂଜାରୀ । ନବଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ ଦାସଙ୍କୁ କାଲି ତଳ କୋର୍ଟରେ ହାଜର କରାଯାଇଥିଲା । ଏହି ହତ୍ୟାକାଣ୍ଡ ଘଟଣାରେ ସମୟ ଅବଧି ଭିତରେ ୫୪୩ ପୃଷ୍ଠାର ଚାର୍ଜ ସିଟ୍ ଦାଖଲ କରିଛି କ୍ରାଇମବ୍ରାଂଚ ।

ଏହି ହତ୍ୟାକାଣ୍ଡ ଘଟଣାରେ ୧୦୦ ଜଣ ସାକ୍ଷ୍ୟ ରହିଥିବାବେଳେ ୯୦ଟି ଡକୁମେଣ୍ଟ ଚାର୍ଜସିଟରେ ଦାଖଲ ହୋଇଛି । ଗୋପାଳ ଦାସଙ୍କୁ ପାଗଳ କରାଇବା ପାଇଁ ୧୨୦ ଦିନ ସମୟ ନେଇଥିଲା କ୍ରାଇମବ୍ରାଞ୍ଚ ବୋଲି ସୁରେଶ ପୂଜାରୀ ପ୍ରେସମିଟ ଜରିଆରେ କହିଛନ୍ତି । ଏପର୍ଯ୍ୟନ୍ତ ଏହି ଘଟଣାରେ ଗୋପାଳ ଦାସଙ୍କ ମୋବାଇଲ ଟ୍ରାକ କରାଯାଇନାହିଁ ବୋଲି ସୁରେଶ କହିବା ସହ ନବଦାସଙ୍କ ହତ୍ୟାର ତଦନ୍ତ ବାଟବଣା ହୋଇଛି ବୋଲି ଅଭିଯୋଗ ଆଣିଛନ୍ତି ।

ନବଦାସ ହତ୍ୟା କାଣ୍ଡରେ କୋର୍ଟକୁ ଦେଇଥିବା ତଥ୍ୟ ସଠିକ ନାହିଁ । ଏହା ଏକ ରଦ୍ଦି କାଗଜ ବୋଲି ସୁରେଶ କହିଛନ୍ତି । ଗୋପାଳ ଦାସଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଯେତେ ଚାର୍ଜସିଟ୍ ଦାଖଲ କରିଛି ତାକୁ ଦେଖିଲେ ଗୋପାଳକୁ ଦୋଷୀ ସାବ୍ୟସ୍ତ କରିବ ନାହିଁ । ଗୋପାଳକୁ ପାଗଳ କୁହାଯାଇଥିଲା ତାହେଲେ ବନ୍ଧୁକ କାହିଁକି ଇସ୍ୟୁ ହେଲା । ୧୮ ରାଉଣ୍ଡ ଗୁଳି ଆସିଲା କିପରି? ଯଦି ୩ ରାଉଣ୍ଡ ଗୁଳି ଚାଲିଥିଲା ତାହେଲେ ଆଉ ଗୋଟିଏ ଖୋକା କୁଆଡେ ଗଲା ? ନବଦାସଙ୍କ ରକ୍ତ ଜୁଡୁବୁଡୁ ଶାର୍ଟ ଗଲା କୁଆଡେ?

wp:embed {"url":"https://www.prameyanews7.com/accused-gopal-das-will-appear-on-jharsuguda-sdjm-court/","type":"wp-embed","providerNameSlug":"prameya-news-7"}
https://www.prameyanews7.com/accused-gopal-das-will-appear-on-jharsuguda-sdjm-court/
/wp:embed

ବନ୍ଧୁକ କେତେଦୂରରୁ ଗୁଳି ଚାଲିଛି ତାର ଗ୍ରାଫିକ୍ସ ପ୍ରେଜେଣ୍ଟଟେସନ ଚାର୍ଜ ସିଟ୍‌ରେ ନାହିଁ । ଯେଉଁ ଗୁଳି ନବଦାସଙ୍କ ଦେହରେ ବାଜିଥିଲା ତାକୁ ଏପର୍ଯ୍ୟନ୍ତ ଖୋଜି ପାଇଁ ନାହାନ୍ତି । ନବଦାସଙ୍କ ହତ୍ୟାରେ ଯେଉଁମାନେ ଲାଭ ପାଇଥାନ୍ତେ ସେମାନେ ଏହି ତଦନ୍ତରେ ବର୍ତ୍ତିଗଲେ ବୋଲି ସାଂସଦ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଏହାସହ ନବଦାସଙ୍କ ସହ ବ୍ୟକ୍ତିଗତ ଶତୃତା ଥିବା ସେ ତଦନ୍ତ ସମୟରେ କହିଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି ।

ଥରେ ଟ୍ରାଫିକରେ ନବଦାସଙ୍କ ଗାଡି ଅଟକାଇବା, ପୁତୁରାକୁ ନେଇ ଚାକିରି ପାଇଁ ନବଦାସଙ୍କ ପାଖକୁ ଯିବା ପରେ ନବ ଦାସ କଥା ନଶୁଣିବା ଓ ନବଦାସଙ୍କ ସମର୍ଥକଙ୍କ ସହ ଝଗଡା ହୋଇଥିଲା ବୋଲି ଚାର୍ଜସିଟରେ ଉଲ୍ଲେଖ ରହିଛି । ଫଳରେ ଗୋପାଳ ନିଜ ଭାଇ ସହିତ ସମଲେଶ୍ବରୀ ମନ୍ଦିର ଯାଇ ଲଣ୍ଡା ହେବା ସହ ସଂକଳ୍ପ କରିଥିଲା ନବ ଦାସଙ୍କୁ ମାରିବା ପାଇଁ ବୋଲି ସୁରେଶ କହିଛନ୍ତି। ତେବେ ପାଇଖାନା ଟାଂକିରୁ ବାହାରିଥିବା ୩୦ ପେଜ ପେପରରେ ଲେଖାଯାଇଥିବା ଅକ୍ଷର ସ୍ବଷ୍ଟ ଦୃଶ୍ୟମାନ ଥିଲା ନାହିଁ ସେ ବିଷୟରେ ଚାର୍ଜସିଟରେ କାହିଁକି ଉଲ୍ଲେଖ ନାହିଁ ବୋଲି ସୁରେଶ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.