ଛାଡପତ୍ର ପରେ କାମକୁ ଫେରିଲେ ନତାଶା, ଆନାଉନ୍ସ କଲେ ନୂଆ ପ୍ରୋଜେକ୍ଟ

Published By : Prameya-News7 Bureau | October 08, 2024 IST

ମୁମ୍ଵାଇ ୦୮।୧୦: ଟିମ୍ ଇଣ୍ଡିଆର ଅଲରାଉଣ୍ଡର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା । ତାଙ୍କ ପତ୍ନୀ ନତାଶା ଅଲଗା ହୋଇଯାଇଛନ୍ତି । ଉଭୟ କିଛି ଦିନ ତଳେ ନିଜର ଛାଡପତ୍ର ଘୋଷଣା କରିଥିଲେ। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ନତାଶା ଓ ହାର୍ଦ୍ଦିକ ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଥିଲେ ଯେ ଉଭୟ ପାରସ୍ପରିକ ସମ୍ମତି ସହିତ ଅଲଗା ହୋଇଯାଇଛନ୍ତି। ଛାଡ଼ପତ୍ର ପରେ ନାତାଶା ପୁଣି ଥରେ ପରଦାକୁ ଫେରିଛନ୍ତି । ବଡ଼ ପରଦା ନହେଲେ ବି ସେ ଖୁବଶୀଘ୍ର ଏକ ମ୍ୟୁଜିକ୍ ଭିଡିଓରେ ନଜର ଆସିବେ । ଏନେଇ ସେ ଇନଷ୍ଟାରେ ଏକ ପୋଷ୍ଟ କରି ଜଣାଇଛନ୍ତି ।

ନିକଟରେ ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ଭିଡିଓଟିର ନାମ ହେଉଛି 'ତେରେ କରକେ' ।ସେ ପୋଷ୍ଟରରେ ଗାୟକ 'ପ୍ରୀତିନ୍ଦର'ଙ୍କ ସହ ନଜର ଆସିଛନ୍ତି। ପୋଷ୍ଟରରେ ଲୋକମାନେ ନତାଶାଙ୍କ ଲୁକକୁ ବହୁତ ପସନ୍ଦ କରିଛନ୍ତି । ଗୀତର ଟିଜର ମଧ୍ୟ ରିଲିଜ୍ ହୋଇସାରିଛି। ଲୋକମାନେ ନତାଶାଙ୍କ ପୋଷ୍ଟରେ ବହୁତ କମେଣ୍ଟ କରୁଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି - ସେ ବର୍ତ୍ତମାନ ନିଜ ପିଲାଙ୍କ ପାଇଁ କାମ କରୁଛନ୍ତି । ଶକ୍ତିଶାଳୀ ମହିଳା । ଅନ୍ୟ ଜଣେ ଲେଖିଥିଲେ - ପରିଶ୍ରମୀ ମାଆ । ଅନେକ ଅଭିନନ୍ଦନ । ଆଉ ଜଣେ ଲେଖିଛନ୍ତି- ଶୁଭକାମନା ନତାଶା, ତୁମକୁ ଇଣ୍ଡଷ୍ଟ୍ରିରେ ଦେଖି ଖୁସି ।

ଟିଜରରେ ନତାଶାଙ୍କ ନୃତ୍ୟ ଓ ଅଭିନୟକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି। ତେବେ ନତାଶା କରିଥିବା ଇନଷ୍ଟା ପୋଷ୍ଟରେ ହାର୍ଦ୍ଦିକଙ୍କ ବଡ଼ ଭାଇ ଅର୍ଥାତ୍ କୃଣାଲ ପାଣ୍ଡ୍ୟା କମେଣ୍ଟ କରିଥିବା ଦେଖାଯାଇଛି। ‌ସେ କମେଣ୍ଟ କରି ହାର୍ଟ ଇମୋଜି ଦେଇଥିବା ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.