ଆଦିବାସୀ ନେତା ଭାଗିରଥୀ ମଣ୍ଡାଙ୍ଗୀଙ୍କ ହତ୍ୟା ମାମଲା : ପୂର୍ବତନ ରାଜ୍ୟସଭା ସାଂସଦଙ୍କ ନାଁରେ NBW

Published By : Prameya-News7 Bureau | November 12, 2024 IST

ରାୟଗଡା ୧୨।୧୧: ପୂର୍ବତନ ରାଜ୍ୟସଭା ସାଂସଦ ଏବଂ ବର୍ତ୍ତମାନର ଜିଲ୍ଲା ବିଜେଡି ସଭାପତି ଏନ ଭାସ୍କର ରାଓଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି l ଭାସ୍କର ରାଓଙ୍କ ସହ ଅନ୍ୟ ୫ ଜଣଙ୍କ ବିରୁଦ୍ଧରେ ୱାରେଣ୍ଟ ଜାରି କଲେ SDJM କୋର୍ଟ ରାୟଗଡା l 

ଆଦିବାସୀ ନେତା ଭାଗିରଥୀ ମଣ୍ଡାଙ୍ଗୀଙ୍କୁ  ୧୫/୧୨/୨୦୧୦ରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ମାମଲାରେ ଦୀର୍ଘ ୧୩ ବର୍ଷ ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ୨୦୨୪ ଫେବୃଆରୀ ୧୪ରେ ମୃତ ଭାଗିରଥୀ ମଣ୍ଡାଙ୍ଗୀଙ୍କ ଭାଇ ଜଗନ୍ନାଥ ମଣ୍ଡାଙ୍ଗୀ ରି ପିଟିସନ ଦାଏର କରିଥିଲେ । ଯାହାର ଫଳ ସ୍ୱରୂପ ମଙ୍ଗଳବାର ଉକ୍ତ ଘଟଣାରେ NBW ଜାରି କଲେ SDJM କୋର୍ଟ ।

You Can Read:

ରାଜ୍ୟରେ ୩ ବିଶ୍ବବିଦ୍ୟାଳୟରେ ଖୁବ୍ ଶୀଘ୍ର ନିଯୁକ୍ତି ହେବେ କୁଳପତି, ଉଚ୍ଚଶିକ୍ଷା ସଚିବଙ୍କୁ ଚିଠି ଲେଖିଲେ ରାଜ୍ୟପାଳଙ୍କ ସଚିବ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.