ନେପାଳରେ ହିଂସା, ଫେରିବ କି ରାଜଶାହୀ; ଓଲି ସରକାରଙ୍କ ଆକ୍ସନ ବନାମ ପ୍ରଦର୍ଶନକାରୀଙ୍କ ଅଲ୍‌ଟିମେଟମ୍

Published By : Prameya-News7 Bureau | March 30, 2025 IST

ନୂଆଦିଲ୍ଲୀ: ନେପାଳ ସମ୍ବିଧାନରେ ମାତ୍ର ୧୬ ବର୍ଷ ଧର୍ମ ନିରପେକ୍ଷ ଶବ୍ଦ ଲେଖା ହୋଇଥିଲା । ଏବେ ପୁଣି ଥରେ ହିନ୍ଦୁରାଷ୍ଟ୍ର ଘୋଷଣା କରିବାକୁ ଦାବି ହୋଇଛି । ଏହାକୁ ନେଇ ପଡୋଶୀ ଦେଶରେ ଜୋରଦାର ହିଂସା ଦେଖାଦେଇଛି । ପ୍ରଧାନମନ୍ତ୍ରୀ ଓଲି ଏବଂ କମ୍ୟୁନିଷ୍ଟ ସରକାଙ୍କ ବିରୋଧରେ ବଡ଼ ମୋର୍ଚ୍ଚା ଖୋଲିଛନ୍ତି ସାଧାରଣ ଲୋକ । ରାଜଶାହୀ ସମର୍ଥକ ମାନେ ସରକାରଙ୍କୁ ଏପ୍ରିଲ ତିନି ତାରିଖ ପର୍ଯ୍ୟନ୍ତ ଅଲ୍‌ଟିମେଟମ୍ ଦେଇଛନ୍ତି । ଅନ୍ୟପଟେ ଦେଖିବାକୁ ଗଲେ ନେପାଳ ପୂର୍ବରୁ ୨୩୯ ବର୍ଷ ପର୍ଯ୍ୟନ୍ତ ହିନ୍ଦୁରାଷ୍ଟ୍ର ରହିଥିଲା ।

ନେପାଳ ହିଂସା ପୁଣି ଥରେ ଦେଶ ଓ ଦୁନିଆ ସାମ୍ନାରେ ଅନେକ ପ୍ରଶ୍ନବାଚୀ ରଖିଛି । ୧୬ ବର୍ଷ ପୂର୍ବରୁ ଯେଉଁ ରାଜପଦକୁ ହଟାଯାଇଥିଲା ଏବଂ ରାଜଶାହୀର ମୂଳୋତ୍ପାଟନ ହୋଇଥିଲା, ତାହା ପୁଣି ଥରେ କ’ଣ ଫେରିବ ? ଏପଟେ ହିଂସା ବିରୋଧରେ ପ୍ରଧାନମନ୍ତ୍ରୀ କେପି ସିଂହ ଓଲି ଆକ୍ସନକୁ ଆସିଛନ୍ତି । କମ୍ୟୁନିଷ୍ଟ ସରକାର ପୂର୍ବତନ ରାଜା ଜ୍ଞାନେନ୍ଦ୍ରକୁ ନେଇ  କଠୋର ହୋଇଛି । ପୂର୍ବତନ ନେପାଳ ରାଜାମାନଙ୍କୁ ନେଇ କଡା ନିଷ୍ପତ୍ତି ନେଇଛନ୍ତି । କିଛି ଦିନ ପୂର୍ବରୁ ରାଜା ଜ୍ଞାନେନ୍ଦ୍ର ନେପାଳର ଏକ ବଡ଼ ପ୍ରାନ୍ତ ଯାତ୍ରା କରିବା ପରେ ଲୋକମାନଙ୍କ ସମର୍ଥନ ଲୋଡ଼ିଥିଲେ । ମାତ୍ର ସରକାର ଏବେ ଆକ୍ସନ ମୁଡରେ ରହିଛନ୍ତି ।

ଶୁକ୍ରବାର ଦେଶରେ ହିଂସାତ୍ମକ ଘଟଣା ପରେ ନେପାଳର ଓଲି ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜା ଜ୍ଞାନେନ୍ଦ୍ରଙ୍କ ସୁରକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି । ଯେଉଁ ସୁରକ୍ଷାକର୍ମୀମାନେ ଦାୟିତ୍ବରେ ଥିଲେ ସେମାନଙ୍କୁ ହଟାଇ ଦିଆଯାଇଛି । ଏହା ସହିତ ସୁରକ୍ଷା ବ୍ୟବସ୍ଥାକୁ ସଂକୁଚିତ କରାଯାଇଛି ।   ପୂର୍ବରୁ ଜ୍ଞାନେନ୍ଦ୍ର ଶାହଙ୍କ ସୁରକ୍ଷା ଦାୟିତ୍ବରେ ୨୫ଜଣ ସୁରକ୍ଷାକର୍ମୀ ରହୁଥିଲେ । ଏହାକୁ ହ୍ରାସ କରାଯାଇ ୧୬ଜଣ କରାଯାଇଛି । ସେପଟେ କାଠମାଣ୍ଡୁ ନଗର ନିଗମ ମଧ୍ୟ ରାଜାଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନେଇଛି ।

ଶୁକ୍ରବାର ହିଂସାରେ ନଷ୍ଟ ହୋଇଥିବା ସରକାରୀ ସମ୍ପତ୍ତି ପାଇଁ ରାଜା ଜ୍ଞାନେନ୍ଦ୍ରଙ୍କ ଉପରେ ଜୋରିମନା ଲଗାଇଛନ୍ତି କେ.ପି ସିଂହ ଓଲି ସରକାର । ଜ୍ଞାନେନ୍ଦ୍ର ଶାହଙ୍କୁ ୭.୯୩ ଲକ୍ଷ ନେପାଳୀ ଟଙ୍କା ଫାଇନ୍ କରାଯାଇଛି । କାଠମାଣ୍ଡୁ ନଗର ନିଗମ ତରୁନ୍ତ ଟଙ୍କା ପଇଠ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଶୁକ୍ରବାର ସାଧାରଣ ଲୋକଙ୍କ ଦ୍ବାରା ହୋଇଥିବା ହିଂସାରେ ଘରଦ୍ବାର, ବିଲ୍ଡିଂ, ସରକାରୀ ଅଫିସ୍ ଏବଂ ସରକାରୀ ନଷ୍ଟ ହୋଇଛି । ଅନ୍ୟପଟେ ହିଂସାତ୍ମକ ଘଟଣାକୁ ଗୁରୁତର ସହିତ ନେଇଛନ୍ତି ସରକାର । ହିଂସାକୁ ନେଇ ଯାଞ୍ଚ ଆରମ୍ଭ ହୋଇଛି । ରାଜଶାହୀ ଦାବି କରୁଥିବା ପ୍ରଦର୍ଶନକାରୀଙ୍କୁ ଚେତାବନୀ ଦେଇଛନ୍ତି ଓଲି ସରକାର । ସେମାନଙ୍କ ବିରୋଧରେ ଆଗକୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.