୧୦ ମିନିଟ୍‌ରେ ‘ମଣିଷ’ ଡେଲିଭରୀ କରିବ କମ୍ପାନୀ, ଜାଣନ୍ତୁ କଣ ରହିଛି ଏହା ପଛର କାରଣ ?

Published By : Prameya-News7 Bureau | February 14, 2025 IST

ନୂଆଦିଲ୍ଲୀ ୧୪।୦୨: ୧୦ ଦିନରେ ରାସନ, ୨୦ ମିନିଟ୍‌ରେ ଖାଇବା…ବ୍ଲିଙ୍କଇଡଟ୍, ଜୋମାଟୋ ଏବଂ ସ୍ବିଗି ପରି ଆପ୍‌ ଆପଣଙ୍କ ଦୁଆରେ ହୋଇଯାଏ ହାଜର । କିନ୍ତୁ ଏହାଠାରୁ ବହୁତ ଆଗରେ ରହିଛି ଏକ ଷ୍ଟାଟଅପ୍‌ କମ୍ପାନୀ । ଏହି କମ୍ପାନୀ ୧୦ ମିନିଟରେ କରିବ ମଣିଷଙ୍କ ଡେଲିଭରୀ । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା କିନ୍ତୁ ଏହା ସତ । ଏହି କମ୍ପାନୀ ମଣିଷଙ୍କ ଡେଲିଭରୀ କରିବାର ଦାବି କରିଛି । 

ଡେଲିଭରୀ ହୋଇଥିବା ଏହି ମଣିଷ ଆପଣଙ୍କର ସମସ୍ୟାକୁ ଦୂର କରିବ । ଆପଣଙ୍କ କ୍ୟାରିଅର ପାଇଁ ଗାଇଡାନ୍ସ ଦେବ । ଏହି ଆପ୍‌ ସାହାଯ୍ୟରେ ମାତ୍ର ୧୦ ମିନିଟ୍‌ରେ ଏକ୍ସପର୍ଟଙ୍କର ମିଳିପାରିବ ଆଡଭାଇସ୍‌ । ସେ ଚାକିରୀ ବଦଳିବା ହେଉ କିମ୍ବା କୌଣସି ସମ୍ବେଦନଶୀଳ ମାମଲା । ଆପଣଙ୍କୁ କୌଣସି ନା କୌଣସି ଏକ୍ସପର୍ଟଙ୍କ ଠାରୁ ମିଳିଯିବ ଆଡଭାଇସ୍‌ । ତେବେ ଏହି ଆପ୍‌କୁ ନେଇ ଚାରିଆଡେ ଚର୍ଚ୍ଚା । ଆପ୍‌ର ନାଁ ହେଉଛି ଟପ୍‌ମେଟ୍‌ ଆଇଓ । 

ଏହି ନୂଆ ପ୍ଲାଟଫର୍ମ ଭାରତରେ ଦ୍ରୁତ ଗତିରେ ବଢୁଛି । ଖାସ୍‌ କରି ସହରରେ ଯୁବପିଢ଼ିଙ୍କୁ କରୁଛି ଉତ୍ସାହିତ । ଆଉ ଯୁବପିଢୀ ଏହା ଉପରେ ବିଶ୍ବାସ କରୁଛନ୍ତି । ଏମତିକି ଏହି ଷ୍ଟାଟଅପ୍‌କୁ ବର୍ତ୍ତମାନ ଯାଏଁ ୩ଲକ୍ଷ ଲୋକ ଫଲୋ କରୁଛନ୍ତି । ବାସ୍ତବରେ ଏହି ଲୋକମାନେ ଜଣେ ଜଣେ  ବିଶେଷଜ୍ଞ । ଏମାନେ ଗ୍ରାହକଙ୍କୁ କ୍ୟାରିଅର ମାର୍ଗଦର୍ଶନ, ବ୍ୟକ୍ତିଗତ ବିକାଶ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରନ୍ତି । 

ଏହି ଆପ୍ କେବଳ ଏକ ଫାଷ୍ଟ ଡେଲିଭରି ସେବା ଯୋଗାଉଛି ତା ନୁହେଁ, ଏହାଠାରୁ ମଧ୍ୟ ବହୁତ ଅଧିକ ।  ତେବେ ଏହାକୁ ନେଇ ଏକ୍ସପର୍ଟ ମତ ଦେଇଛନ୍ତି । ଜଣେ ବିଶେଷଜ୍ଞ କହିଛନ୍ତି ଏହା ବହୁତ ଭଲ ପଦକ୍ଷେପ । କ୍ୟାରିଅର ବିଶେଷଜ୍ଞମାନେ ଆପଣଙ୍କୁ ଗୋଟିଏ କ୍ଷେତ୍ର ବାଛିବାରେ ପରାମର୍ଶ ଦେଇପାରିବେ ।  ଯଦି ଆପଣ ଚାକିରି ପରିବର୍ତ୍ତନ କରିବାକୁ ଚାହାଁନ୍ତି ତେବେ ସେମାନେ ଆପଣଙ୍କର ସିଭି ମୂଲ୍ୟାଙ୍କନ କରିପାରିବେ । କିନ୍ତୁ ଏଥିରେ ପ୍ରତ୍ୟେକ ବିଶେଷଜ୍ଞଙ୍କ ବ୍ୟକ୍ତିଗତ ବିଶ୍ଳେଷଣ ଭିନ୍ନ । 

ଏହା ବ୍ୟକ୍ତିଙ୍କୁ ଦ୍ୱନ୍ଦ୍ୱରେ ପକାଇବାର ସମ୍ଭାବନା ବଢ଼ାଇପାରେ । ଯେପରି କେହି ଜଣେ ପଚାରିଲେ ଯେ ମୁଁ UPSCରେ ଏକ ଭଲ କ୍ୟାରିଅର କରିପାରିବି ନା ଷ୍ଟାର୍ଟଅପ୍ ଏକ ଭଲ ବିକଳ୍ପ । ଏଥିରେ ପ୍ରତ୍ୟେକ ବିଶେଷଜ୍ଞଙ୍କ ମତାମତ ଭିନ୍ନ ହୋଇପାରେ । ଯଦି ଜଣେ ବ୍ୟକ୍ତି ଦୁଇଜଣଙ୍କଠାରୁ ପରାମର୍ଶ ନିଅନ୍ତି ଏବଂ ସେମାନେ ଭିନ୍ନ ମତ ଦିଅନ୍ତି, ତେବେ ସେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି । 

ତେବେ ଏହି ଆପ୍‌କୁ ଅନେକ ଟଙ୍କା ରୋଜଗାର କରିବାର ଉପାୟ କହିଛନ୍ତି । ଜଣେ ବ୍ୟକ୍ତି କହିଛନ୍ତି କି ଏପରି ଆପ୍ କେବଳ ସେତେବେଳେ ପ୍ରଭାବଶାଳୀ ହୋଇପାରିବ ଯଦି ଏହାର ଚାର୍ଜ ବହୁତ କମ୍ ଥାଏ । ଏହା ସହିତ ଆପଣ ଏଠାରେ ଯେଉଁ ବିଶେଷଜ୍ଞମାନଙ୍କୁ ପାଆନ୍ତି ସେମାନେ ଅଭିଜ୍ଞ ହୋଇଥିବା ଉଚିତ । ଦଶ ମିନିଟ୍ ମଧ୍ୟରେ ଉପଲବ୍ଧ ହେବା ଏବଂ ପରାମର୍ଶ ଦେବା ଯେତିକି ଭଲ ଶୁଣାଯାଉଛି, ବାସ୍ତବରେ ଏହା ଏତେ ସହଜ କାମ ନୁହେଁ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.