ପୋଲିସକୁ ଲୋକାଭିମୁଖୀ କରିଵାକୁ ନିଆଯିବ ସବୁ ପ୍ରକାର ପଦକ୍ଷେପ: କେନ୍ଦ୍ରାଞ୍ଚଳ ଡିଆଇଜି

Published By : Prameya-News7 Bureau | October 04, 2024 IST

କଟକ ୦୪/୧୦: ଥାନାକୁ ଆସୁଥିବା ବ୍ୟକ୍ତିଙ୍କୁ ଉତ୍ତମ ବ୍ୟବହାର ଓ ତ୍ୱରିତ ସେବା ପ୍ରଦାନ ପ୍ରାଥମିକତା ରହିବ ବୋଲି କହିଛନ୍ତି ଚରଣ ସିଂ ମିନା। ବିଶେଷ କରି ମହିଳା ଓ ଶିଶୁ ମାନଙ୍କ ବିରୋଧରେ ହେଉଥିବା ଅପରାଧକୁ କିଭଳି ରୋକାଯାଇ ପାରିବ, ସେ ନେଇ ଏସ୍‌ପି ମାନଙ୍କ ସହ ବୈଠକ କରି ଯୋଜନା ପ୍ରସ୍ତୁତ କରାଯିବ ବୌଲି କହିଛନ୍ତି କେନ୍ଦ୍ରାଞ୍ଚଳ ଡିଆଇଜି । 

ଏହା ସହ ସଙ୍ଗଠିତ ଅପରାଧକୁ ମୁଳପୋଛ କରିବା ପ୍ରାଥମିକତା ରହିବ ବୋଲି କାର୍ଯ୍ୟରେ ଯୋଗ ଦେବା ଅବସରରେ ସୂଚନା ଦେଇଛନ୍ତି ମିନା। ପାର୍ଵଣ ସମୟରେ ଶାନ୍ତି ଶୃଙ୍ଖଳା ପାଇଁ ଡି ଆଇ ଜି ବିଶେଷ ଦୃଷ୍ଟି ଦେବେ ଵୋଲି କହିଛନ୍ତି । 


ପୋଲିସ ଲୋକଙ୍କ ସେବା ପାଇଁ ଅଛି। ତେଣୁ ପୋଲିସକୁ ଲୋକାଭିମୁଖୀ କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯିବ ବୋଲି ଡି ଆଇ ଜି ମିନା କହିଛନ୍ତି। ଲୋକମାନେ ଥାନା ବା ଜିଲ୍ଲା ସ୍ତରରେ ସେଵା ପାଇଵାରୁ ବଞ୍ଚିତ ହେଉଥିବା ଅନୁଭଵ କଲେ,ଵିନା ଦ୍ୱିଧାରେ ଯେ କୈାଣସି ସମୟରେ ତାଙ୍କୁ ଅଭିଯୋଗ ଜଣାଇଵା ପାଇଁ ଆହ୍ବାନ ଦେଇଛନ୍ତି କେନ୍ଦ୍ରାଞ୍ଚଳ ଡି ଆଇ ଜି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.