ନୂଆଦିଲ୍ଲୀ ୭।୧୧: ନୂଆ ରାଜଦୂତ-୩୫୦ ମୋଟର ସାଇକେଲ ଖୁବ୍ ଶୀଘ୍ର ଭାରତୀୟ ବଜାରକୁ ଆସିବ। ନୂଆ ରାଜଦୂତ ବାଇକ ୯୦ ଦଶକର ବାଇକ୍, ଯାହାକୁ ସେତେବେଳେ ଲୋକେ ଖୁବ୍ ପସନ୍ଦ କରୁଥିଲେ। ଏବେ କମ୍ପାନୀ ଏହି ବାଇକ୍କୁ ନୂଆ ଲୁକ୍ରେ ଭାରତୀୟ ମାର୍କେଟରେ ଉପସ୍ଥାପନ କରିବ। ଏହି ବାଇକ୍ରେ ଅନେକ ୟୁନିକ୍ ଫିଚର ଗ୍ରାହକ ପାଇବେ। ଏହି ମୋଟର ସାଇକେଲରେ କମ୍ପାନୀ ଦମଦାର ଇଞ୍ଜିନ ଦେଉଥିବା ବେଳେ ଆସନ୍ତୁ ଜାଣିବା ଏହାର ଲଞ୍ଚିଂ ଡେଟ୍ ଏ ଫିଚର ସମ୍ପର୍କରେ।
ନୂଆ ରାଜଦୂତ ୩୫୦ ମୋଟରସାଇକେଲର ଫିଚର କଥା କହିଲେ ଏଥିରେ ଆମକୁ ପୁରୁଣା ରାଜଦୂତ ୩୫୦ଠାରୁ ଅଧିକ ଅନେକ ଫିଚର ମିଳିବ। ଯେଉଁଥିରେ ଏଲଇଡି ହେଡଲ୍ୟାମ୍ପସ୍ ସହିତ ମନୋସକ୍ ସସ୍ପେନସନ, ଡୁଆଲ ଚାନାଲ ଏବିଏସ, ଏଲୟ ହ୍ୱିଲସ୍, ଡିସ୍କ ବ୍ରେକ୍, ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ଓ ଡିଜିଟାଲ ସ୍ପିଡୋମିଟର ଥିବାର ଆଶା କରାଯାଉଛି। ନୂଆ ରାଜଦୂତ ମୋଟରସାଇକେଲରେ ପୁରୁଣା ମୋଟରସାଇକେଲଠାରୁ ଭଲ ଇଞ୍ଜିନ ଦେଖିବାକୁ ମିଳିବ। ହେଲେ ଏ ପର୍ଯ୍ୟନ୍ତ ଇଞ୍ଜିନ ସମ୍ପର୍କରେ ସଠିକ ସୂଚନା ମିଳି ନାହିଁ।
ତେବେ ଲିକ୍ ରିପୋର୍ଟ ଅନୁସାରେ ଏଥିରେ ୩୫୦ ସିସିର ଲିକ୍ୱିଡ କୁଲଡ୍ ଇଞ୍ଜିନର ସପୋର୍ଟ ଦିଆଯାଇପାରେ। ଯାହା ସିକ୍ସ ସ୍ପିଡ୍ ଗିୟର ବକ୍ସ ସହିତ ମିଳିବ। ନୂଆ ରାଜଦୂତ ୩୫୦ ମୋଟର ସାଇକେଲ ଷ୍ଟାଇଲିସ୍ ଲୁକରେ ଉପସ୍ଥାପିତ ହେବ। ତେବେ କମ୍ପାନୀ ଏପର୍ଯ୍ୟନ୍ତ ବାଇକର ମୂଲ୍ୟ ସମ୍ପର୍କରେ କୌଣସି ସୂଚନା ଦେଇ ନାହାନ୍ତି। ତେବେ ଲିକ୍ ରିପୋର୍ଟକୁ ଦେଖିଲେ ଏହାର ଲଞ୍ଚ କାଳରେ ୧ଲକ୍ଷ ୮୦ ହଜାର ଟଙ୍କା ରହିପାରେ।
ସେହିପରି ଏହି ମୋଟର ସାଇକେଲକୁ କମ୍ପାନୀ କେବେ ଭାରତୀୟ ବଜାରରେ ଉପସ୍ଥାପନ କରିବେ ସେ ସମ୍ପର୍କରେ କୌଣସି ସୂଚନା ମିଳି ନାହିଁ। ତେବେ ଗଣମାଧ୍ୟମ ରିପୋର୍ଟ ଆକଳନ ଅନୁସାରେ ଏହି ବାଇକ୍ ୨୦୨୫ ମସିହାରେ ବଜାର ପ୍ରବେଶ କରିବ। ଏହି ବାଇକ୍ ଲଞ୍ଚ ହେବା ସହ ବଜାରରେ ରୟାଲ ଏନଫିଲ୍ଡ ଓ ଜାଭାକୁ ଟକ୍କର ଦେବ।