ରାତ୍ରି ଜଗୁଆଳିଙ୍କ ମୃତଦେହ ଉଦ୍ଧାର, କାର୍ଯ୍ୟାଳୟରେ ଚାପ ପାଇଁ ଆତ୍ମହତ୍ୟା ଅଭିଯୋଗ

Published By : Prameya-News7 Bureau | March 16, 2025 IST

ଜୟପୁର ୧୬।୩: ବୋରିଗୁମ୍ମା କେନ୍ଦୁପତ୍ର ବନାଞ୍ଚଳ କାର୍ଯ୍ୟାଳୟରେ ରାତ୍ରି ଜଗୁଆଳିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ କାମତା ଗ୍ରାମର ଭାସ୍କର ମହାକୁଡ । ଖବର ପାଇ ବୋରିଗୁମ୍ମା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବୋରିଗୁମ୍ମା ମେଡିକାଲକୁ ପଠାଇଛି ।  

ସୂଚନାଯୋଗ୍ୟ ଯେ, ମୃତ ରାତ୍ରି ଜଗୁଆଳି ଜଣକ ଶନିବାର ସନ୍ଧ୍ୟାରେ ଘରୁ ଡ୍ୟୁଟି କରିବା ପାଇଁ ଆସିଥିଲେ । ମୃତ କର୍ମଚାରୀଙ୍କ ସ୍ତ୍ରୀ ପାରଲିସିସରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ । ଏବଂ ମୃତ ଭାସ୍କରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ନଥିଲା । ଫଳରେ ସେ ଉପରିସ୍ଥ ଅଧିକାରୀଙ୍କୁ କିଛି ଦିନ ପାଇଁ ଛୁଟି ମାଗିଥିଲେ କିନ୍ତୁ ବିଭାଗ ତରଫରୁ କାମ ନକଲେ ଦରମା ବନ୍ଦ କରାଯିବ ବୋଲି ମୃତ ରାତ୍ରି ଜଗୁଆଳି ଭାସ୍କରଙ୍କୁ ଡ଼ରାଉଥିଲେ । କାର୍ଯ୍ୟାଳୟରେ ଚାପ ପାଇଁ ହିଁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ଝିଆରୀ ଅଭିଯୋଗ କରିଛନ୍ତି ।

You Can Read: 

କ୍ୟାରମ୍ ଖେଳ ଗଣ୍ଡଗୋଳରୁ ଉତ୍‌କ୍ଷିପ୍ତ ହୋଇ ହତ୍ୟା କରିଥିଲେ ଅଭିଯୁକ୍ତ, ବନ୍ଧୁକକୁ ନେଇ ଖୋଳତାଡ଼ କରୁଛି ପୋଲିସ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.