ଆମେରିକୀୟ ଅରବପତି ନୀଖିଲ କାମାଥଙ୍କ ପୋଡକାଷ୍ଟରେ ହଠାତ୍ ମଝିରୁ ଉଠି ଚାଲିଗଲେ, କିଏ ସେ ବ୍ରାୟନ ଜନସନ୍ ?

Published By : Prameya-News7 Bureau | February 06, 2025 IST

ନୂଆଦିଲ୍ଲୀ 05/02 : ଆମେରିକୀୟ ଅରବପତି ବ୍ରାଏନ୍ ଜନସନ୍‌ଙ୍କୁ ଆପଣ ନିଶ୍ଚୟ ଜାଣିଥିବେ। ଇଏ ଏମିତି ଜଣେ ବ୍ୟକ୍ତି ଯିଏ ନିଜକୁ ସବୁଦିନ ପାଇଁ ଯୁବକ ରଖିବା ପାଇଁ ଏକ ଫର୍ମୁଲା ଉଦ୍ଭାବନ କରିଛନ୍ତି। ଏଥିପାଇଁ ସେ ପ୍ରତିବର୍ଷ ତାଙ୍କ ଶରୀର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରନ୍ତି। ଯେଉଁଥିପାଇଁ ସେ ସବୁବେଳେ ରୁହନ୍ତି ଚର୍ଚ୍ଚାରେ। କିନ୍ତୁ ନିକଟରେ ଚର୍ଚ୍ଚା ଜେରୋଧାର କୋ ଫାଉଣ୍ଡର ନିଖିଲ୍ କମାଥଙ୍କ ସହ ହୋଇଥିବା ଏକ ପୋଡ୍ କାଷ୍ଟ ପାଇଁ। ନିକଟରେ ବ୍ରାଏନ୍ ଜନସନ୍ ଭାରତ ଗସ୍ତରେ ଆସିଥିଲେ। ଏଠାରେ ସେ ଷ୍ଟକ୍ ବ୍ରୋକିଂ ଫାର୍ମ ଜେରୋଧାର ସହ-ପ୍ରତିଷ୍ଠାତା ନିଖିଲ କମାଥଙ୍କ ସହ ଏକ ପୋଡକାଷ୍ଟରେ ଯୋଗ ଦେଇଥିଲେ। କିନ୍ତୁ ମାତ୍ର 10 ମିନିଟରେ ହିଁ ନିଖିଲ ପୋଡକାଷ୍ଟକୁ ମଝିରୁ ଛାଡ଼ି ପଳେଇଥିଲେ। ତାର କାରଣ ବାୟୁ ପ୍ରଦୂଷଣ ବୋଲି ଦର୍ଶାଇଥିଲେ। 

ନିଖିଲଙ୍କ ସହ ତାଙ୍କ ସାକ୍ଷାତକାର  ବାନ୍ଦ୍ରା ସ୍ଥିତ  ସି ଫେସିଂ ଆପାର୍ଟମେଣ୍ଟ ହୋଇଥିଲା। ପୋଡ୍ କାଷ୍ଟ ପାଇଁ ଏୟାର କ୍ୱାଲିଟିର ଖାସ୍ ଧ୍ୟାନ ରଖାଯାଇଥିଲା।  ବାହାରର AQI 160 ଥିଲା। କିନ୍ତୁ ଘର ଭିତରେ 130ରେ କଣ୍ଟ୍ରୋଲ କରାଯାଇଥିଲା। ଏହା ସତ୍ତ୍ୱେ ବ୍ରାୟନ ବାୟୁ ପ୍ରଦୂଷଣକୁ ସହ୍ୟ କରିପାରିନଥିଲେ।   ମାତ୍ର 10 ମିନିଟରେ ହିଁ ନିଖିଲଙ୍କ ପୋଡକାଷ୍ଟକୁ ମଝିରୁ ଛାଡ଼ି ପଳେଇଥିଲେ। ବ୍ରାୟନ ଏହା କହି ପୋଡ୍ କାଷ୍ଟ ମଝିରୁ ଛାଡ଼ି ଦେଇଥିଲେ ଯେ, ମୁମ୍ବାଇର ଏୟାର କ୍ୱାଲିଟି ଖୁବ୍ ଖରାପ ହୋଇଗଲାଣି।  ଏହା ତାଙ୍କ ସ୍ୱାସ୍ଥ୍ୟ ଉପରେ ଖୁବ୍ ଖରାପ ପ୍ରଭାବ ପଡ଼ୁଛି। ବ୍ରାୟନଙ୍କ ଅନୁସାରେ ବଖରାରେ AQI 130ଥିଲା। ଯେଉଁଥିରେ PM2.5 ର ସ୍ତର 75 ମାଇକ୍ରୋଗ୍ରାମ୍ କ୍ୟୁବିକ୍ ମିଟର ଥିଲା। ଯାହା ଗୋଟିଏ  ଦିନରେ 3ରୁ 4ଟି ସିଗାରେଟ୍ ପିଇବା ସହ ସମାନ୍। 


ବ୍ରାଏନ୍ ଜନସନ୍ ନିଜେ ସୋସିଆଲ ମିଡିଆରେ ଏକଥା ସ୍ୱୀକାର କରି ଲେଖିଛନ୍ତି ଯେ, 'ଯେତେବେଳେ ମୁଁ ଭାରତରେ ଥିଲି, ବାୟୁର ଗୁଣବତ୍ତା ଖରାପ ଥିବାରୁ ମୁଁ ଏହି ପୋଡକାଷ୍ଟ ଶୀଘ୍ର ଶେଷ କରିଦେଇଥିଲି।' କାମଥଙ୍କୁ ପ୍ରଶଂସା କରି ସେ କହିଥିଲେ, 'ନିଖିଲ କାମଥ ଜଣେ ଚମତ୍କାର ଉପସ୍ଥାପକ ଏବଂ ଆମେ ଏକାଠି ଭଲ ସମୟ ବିତାଇଛୁ।' ସମସ୍ୟାଟି ଥିଲା ଯେ ଯେଉଁ କୋଠରୀରେ ସୁଟିଂ ହେଉଥିଲା, ସେହି କୋଠରୀକୁ ବାହାର ପବନ ଆସୁଥିଲା ଏବଂ ଏହି କାରଣରୁ ମୁଁ ଆଣିଥିବା ଏୟାର ପ୍ୟୁରିଫାୟର ଠିକ୍ ଭାବରେ କାମ କରୁନଥିଲା। ସରକାରଙ୍କୁ ଟାର୍ଗେଟ୍ କରି ବ୍ରାଏନ୍ ଜନସନ୍ କହିଛନ୍ତି ଯେ ଭାରତରେ ବାୟୁ ପ୍ରଦୂଷଣ ଏତେ ସାଧାରଣ ହୋଇଯାଇଛି ଯେ କେହି ଏହାର ବିପଦ ବିଷୟରେ ଚିନ୍ତା ମଧ୍ୟ କରନ୍ତି ନାହିଁ। କେହି ମାସ୍କ ପିନ୍ଧନ୍ତି ନାହିଁ। ଯଦି ଭାରତ କର୍କଟ ରୋଗ ସହିତ ଲଢ଼ିବା ପରିବର୍ତ୍ତେ ବାୟୁ ଗୁଣବତ୍ତା ଉନ୍ନତ କରିବ, ତେବେ ଲୋକଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ। ମୁଁ ବୁଝିପାରୁନାହିଁ ଯେ ଭାରତର ନେତାମାନେ ବାୟୁ ଗୁଣବତ୍ତାକୁ କାହିଁକି ଜାତୀୟ ଜରୁରୀକାଳୀନ ଘୋଷଣା କରୁନାହାଁନ୍ତି। କିନ୍ତୁ ଏହା ବିଶ୍ବପାଇଁ ଢ଼େର ଖରାପ।'

ବ୍ରାଏନ୍ ଜନସନ୍ କିଏ?

ବ୍ରାଏନ୍ ଜନସନ୍ ଜଣେ ଆମେରିକୀୟ ଉଦ୍ୟୋଗୀ, ଯିଏ ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟ ଏବଂ ଦୀର୍ଘାୟୁ ପ୍ରତି ତାଙ୍କର ଅପାରମ୍ପରିକ ଦୃଷ୍ଟିକୋଣ ପାଇଁ ଜଣାଶୁଣା। ସେ 'ପ୍ରୋଜେକ୍ଟ ବ୍ଲୁପ୍ରିଣ୍ଟ' ଆରମ୍ଭ କରିଥିଲେ ଯାହା ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଛି। ଏହାର ଲକ୍ଷ୍ୟ ହେଉଛି ବୟସକୁ ହ୍ରାସ କରିବା। ଏଥିରେ ଏକ ସଠିକ୍ ଖାଦ୍ୟ, ବ୍ୟାୟାମ, ପରିପୂରକ ଏବଂ ଅନେକ ଚିକିତ୍ସା ପ୍ରକ୍ରିୟା ଅନ୍ତର୍ଭୁକ୍ତ। ସେ ଦାବି କରନ୍ତି ଯେ ସେ ତାଙ୍କର ବୟସ 7 ମାସ ହ୍ରାସ କରିଛନ୍ତି। କୁହାଯାଏ ଯେ ତାଙ୍କ ହାର୍ଟ 36 ବର୍ଷ ପୁରୁଣା ଏବଂ ତାଙ୍କ ଫୁସଫୁସ କ୍ଷମତା 18 ବର୍ଷ ବୟସର ବ୍ୟକ୍ତିଙ୍କ ପରି।

Also Read- ଭାରତର ସବୁଠୁ ଧନୀ IAS; ଯିଏ ସନ୍ ଗ୍ଲାସ୍ ପିନ୍ଧି ଆସିଥିଲେ ବିବାଦକୁ, ମାସକୁ ଦରମା ନିଅନ୍ତି ମାତ୍ର 1 ଟଙ୍କା

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.