ପାଟନା ୧୬।୨: ରାଜଧାନୀ ଦିଲ୍ଲୀ ରେଳ ଷ୍ଟେସନରେ ଶନିବାର ରାତିରେ ହୋଇଥିବା ଦଳାଚକଟାରେ ୧୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ମୃତକଙ୍କ ମଧ୍ୟରେ ୯ ଜଣ ବିହାରର। ରାଜ୍ୟ ମୁଖ୍ୟମନ୍ତ୍ରୀ ନିତିଶ କୁମାର ନୂଆ ଦିଲ୍ଲୀ ଷ୍ଟେସନ ଦଳାଚକଟା ଘଟଣାରେ ରବିବାର ଦୁଃଖ ବ୍ୟକ୍ତ କରିଥିବା ବେଳ ସୋସିଆଲ ମିଡିଆ ଏକ୍ସରେ ମୃତାହତଙ୍କ ପରିଜନଙ୍କ ନିମନ୍ତେ କ୍ଷତିପୂରଣ ଘୋଷଣା କରିଛନ୍ତି। ଏଥିରେ ପ୍ରତି ମୃତକଙ୍କ ନିମନ୍ତେ ୨ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଥିବା ବେଳେ ଆହତଙ୍କ ଚିକିତ୍ସା ନିମନ୍ତେ ୫୦ ହଜାର ଟଙ୍କା ଘୋଷଣା କରିଛନ୍ତି।
ମୃତାହତଙ୍କୁ ଏହି କ୍ଷତିପୂରଣ ରାଶି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଦିଲ୍ଲୀ ରେଳ ଷ୍ଟେସନ ଦଳାଚକଟା ଘଟଣାରେ ରେଳବାଇ ମଧ୍ୟ କ୍ଷତିପୂରଣ ଘୋଷଣା କରିଛନ୍ତି। ଏଥିରେ ପ୍ରତି ମୃତକଙ୍କ ନିମନ୍ତେ ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା ହୋଇଥିବା ବେଳେ ଆହତଙ୍କ ନିମନ୍ତେ ଅଢେଇଲକ୍ଷ ଟଙ୍କା ଓ ସାମାନ୍ୟ ଆହତଙ୍କ ନିମନ୍ତେ ୧ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରାଯାଇଛି।
नई दिल्ली रेलवे स्टेशन पर हुई दुर्भाग्यपूर्ण घटना में लोगों की मृत्यु अत्यंत दुःखद। मृतकों के परिजनों को दुःख की इस घड़ी में धैर्य धारण करने की शक्ति प्रदान करने की ईश्वर से प्रार्थना है। इस घटना में बिहार के रहने वाले मृतकों के आश्रितों को 02 लाख रू॰ अनुग्रह अनुदान एवं घायलों को…
— Nitish Kumar (@NitishKumar) February 16, 2025
ନୂଆଦିଲ୍ଲୀ ରେଳ ଷ୍ଟେସନରେ ଶନିବାର ରାତିରେ ଘଟିଥିବା ଦଳାଚକଟା ଘଟଣାରେ ଏବେବି ଅନେକ ଲୋକ ନିଖୋଜ ଅଛନ୍ତି। ଏଥିରେ ବିହାର ନାଭଦାର ରାଜ କୁମାର ମାଁଝୀଙ୍କ ୫ ବର୍ଷର ପୁଅ ନିଖୋଜ ଅଛନ୍ତି। ଏହି ଦୁର୍ଘଟଣାରେ ରାଜକୁମାର ତାଙ୍କ ପତ୍ନୀ ଓ ଗୋଟିଏ ଝିଅକୁ ହରାଇଛନ୍ତି। ତେବେ ରାଜକୁମାରଙ୍କ ପୁଅର ତଲାସ ଏବେ ଜାରି ରହିଛି।