ନୂଆଦିଲ୍ଲୀ: ‘‘ଡିଜେଲ ଗାଡ଼ି ଉପରେ ଅତିରିକ୍ତ ୧୦% ଜିଏସଟି ଲଗାଇ ଭଳି ଯୋଜନା ବର୍ତ୍ତମାନ ନାହିଁ।’’ ସୋସିଆଲ ମିଡିଆ ପୋଷ୍ଟରେ ସ୍ପଷ୍ଟ କଲେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ। ପ୍ରକୃତରେ ଏକ ଖବର ଆସିଥିଲା ଯେ, କେନ୍ଦ୍ର ସରକାର ଡିଜେଲ ଗାଡ଼ି ଉପରେ ୧୦% ଅତିରିକ୍ତ ଜିଏସଟି ଲଗାଇବାକୁ ଯୋଜନା କରୁଛନ୍ତି । ହେଲେ ଏବେ ସୋସିଆଲ ମିଡିଆରେ ଏହାକୁ ନେଇ ସ୍ପଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
wp:html/wp:htmlThere is an urgent need to clarify media reports suggesting an additional 10% GST on the sale of diesel vehicles. It is essential to clarify that there is no such proposal currently under active consideration by the government. In line with our commitments to achieve Carbon Net…
— Nitin Gadkari (@nitin_gadkari) September 12, 2023
ପ୍ରକୃତରେ ନୀତିନ ଗଡକରୀ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ, ଦେଶରେ ଡିଜେଲ ଗାଡ଼ି ଉପରେ ଲଗାମ ଲଗାଇବାକୁ ସରକାର ପ୍ରସ୍ତୁତି କରୁଛନ୍ତି । ଏହା ଦ୍ବାରା ବାୟୁ ପ୍ରଦୂଷଣକୁ କମ୍ କରାଯାଇପାରିବ। ଯାହାପରେ ଏଭଳି ଖବର ଆସିଥିଲା। ଅବଶ୍ୟ ପରେ ଏହାକୁ ନେଇ ଏକ୍ସରେ ପୋଷ୍ଟ କରି ସ୍ପଷ୍ଟ କରିଛନ୍ତି ନୀତିନ ଗଡକରି। ସେ କହିଛନ୍ତି ସରକାର ବର୍ତ୍ତମାନ ଏଭଳି କୌଣସି ପ୍ରସ୍ତାବ ଉପରେ ଚର୍ଚ୍ଚା କରୁନାହାଁନ୍ତି। ନୀତିନ ଗଡକରୀଙ୍କ କହିବା ଅନୁଯାୟୀ ଅଟୋ ଇଣ୍ଡଷ୍ଟ୍ରିକୁ ଏନେଇ ନିଜେ ଆକ୍ସନ ନେବା ଦରକାର। ଡିଜେଲ ଗାଡ଼ିକୁ ବାଏ ବାଏ କହିବା ଦରକାର। ନହେଲେ ସରକାର ଟ୍ୟାକ୍ସ ବଢ଼ାଇବେ। ଯାହାଦ୍ବାରା କମ୍ପାନିଙ୍କ ପାଇଁ ତାହାକୁ ବିକିବା ମୁସ୍କିଲ ହୋଇଯିବ।
ଆହୁରି ପଢ଼ନ୍ତୁ: ଦ୍ୱାରିକା ଏକ୍ସପ୍ରେସୱେରେ ଆର୍ଥିକ ହେର୍ଫେର୍ ନେଇ ସିଏଜି ରିପୋର୍ଟକୁ ଖଣ୍ଡନ କଲେ ନୀତିନ ଗଡ଼କରୀ
ସେ କହିଛନ୍ତି ୨୦୧୪ରୁ ଏପର୍ଯ୍ୟନ୍ତ ଦେଶରେ ଡିଜେଲ କାର୍ ସଂଖ୍ୟା ହ୍ରାସ ପାଇଛି। ନଅ ବର୍ଷ ପୂର୍ବେ ସମୁଦାୟ ଡିଜେଲ୍ କାର୍ ସଂଖ୍ୟା ୩୩.୫ ପ୍ରତିଶତ ଥିଲା। ଯାହା ଏବେ ହ୍ରାସ ପାଇଁ ୨୮ ପ୍ରତିଶତ ରହିଛି । ଗଡକରୀ, ସରକାରଙ୍କ ଏହି ପଦକ୍ଷେପର ଉଦ୍ଦେଶ୍ୟ ଅଟୋମୋବାଇଲ ଇଣ୍ଡଷ୍ଟ୍ରିକୁ ଡିଜେଲରୁ ହଟାଇ ସ୍ବଚ୍ଛ ଏବଂ ଶୁଦ୍ଧ ଇନ୍ଧନ ଜୋର୍ ଦେବାରେ ଉପରେ କାମ କରିବାକୁ ବିକଳ୍ପ ଉପରେ ମଧ୍ୟ ଜୋର୍ ଦେଇଛନ୍ତି। ସେ ଆହୁରି କହିଛନ୍ତି ସରକାର ୨୦୭୦ ପର୍ଯ୍ୟନ୍ତ ‘ଶୂନ୍ୟ କାର୍ବନ ଉତ୍ସର୍ଜନ’ ଲକ୍ଷ ରଖିଛନ୍ତି ।