ନୂଆଦିଲ୍ଲୀ ୧୯।୧୨: ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ବିରୋଧରେ ବିପକ୍ଷ ଆଣିଥିବା ଅଭିଶ୍ୱାସ ପ୍ରସ୍ତାବ ନୋଟିସ୍ ଗୁରୁବାର ରିଜେକ୍ଟ ହୋଇଯାଇଛି। ଏହାର କାରଣ ହେଉଛି ଅବିଶ୍ୱାସ ପ୍ରସ୍ତାବ ଲାଗି ନୋଟିସ୍ ଅନୁନ୍ୟ ୧୪ ଦିନ ପୂର୍ବରୁ ଦିଆଯିବାର ଥିଲା, ଯାହା କରାଯାଇ ନାହିଁ। ଏଣୁ ରାଜ୍ୟସଭା ଉପାଧ୍ୟକ୍ଷ ଟେକ୍ନିକ୍ ଆଧାରରେ ବିରୋଧୀ ଦଳଙ୍କ ଏହି ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି।
ଉପାଧ୍ୟକ୍ଷ ହରିବଂଶ ନିଷ୍ପତ୍ତି ଘୋଷଣା କରି କହିଛନ୍ତି ଯେ ଏହି ପ୍ରସ୍ତାବ ଦ୍ୱିତୀୟ ସବୁଠୁ ବଡ଼ ପଦିବୀରେ ଥିବା ବ୍ୟକ୍ତିଙ୍କ ବିରୋଧରେ ନାରେଟିଭ କରିବା ପାଇଁ ଅଣାଯାଇଥିଲା। ଅବିଶ୍ୱାସ ପ୍ରସ୍ତାବ ଅସ୍ୱୀକୃତ ହେବାର କାରଣ ସମ୍ପର୍କରେ ହରିବଂଶ କହିଛନ୍ତି ଯେ ଏହା ଏକ ୧୪ ଦିନର ନୋଟିସ୍, ଯାହା ଏପରି ପ୍ରସ୍ତାବ ଉପସ୍ଥାପନା ନିମନ୍ତେ ଅନିବାର୍ଯ୍ୟ, ତେବେ ତାହା କରାଯାଇ ନାହିଁ।
ସେହିପରି ସଭାପତି ମହାଶୟ ଧନଖଡଙ୍କ ନାମ ମଧ୍ୟ ଠିକରେ ଲେଖାଯାଇ ନଥିଲା। ଗତ ସପ୍ତାହରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ପଦରୁ ହଟାଇବା ପାଇଁ ପ୍ରସ୍ତାବ ପ୍ରସଙ୍ଗରେ ରାଜ୍ୟସଭାରେ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ହୋଇଥିଲେ। ଭୀଷଣ ହଟ୍ଟଗୋଳ ଯୋଗୁ ରାଜ୍ୟସଭାର କାର୍ଯ୍ୟକ୍ରମକୁ ଗତ ଶୁକ୍ରବାର ଦିନ ତମାମ ସ୍ଥଗିତ ରଖାଯାଇଥିଲା।
ଗୃହର କାର୍ଯ୍ୟକ୍ରମ ସ୍ଥଗିତ ହେବା ପୂର୍ବରୁ ବିପକ୍ଷଙ୍କୁ ଧନଖଡ ମୋ ବିରୋଧରେ ଦିନରାତି ଅଭିଯାନ ଚଳାଉଥିବାର ଅଭିଯୋଗ କରିଥିଲେ। ସେ କହିଥିଲେ ଯେ ‘ମୁଁ ଏକ ଚାଷୀର ପୁଅ ଓ କେବେ ଦୁର୍ବଳ ହେବି ନାହିଁ’। ସେ କହିଥିଲେ ଯେ ଦିନତମାମ ସଭାପତିଙ୍କ ବିରୋଧରେ ଅଭିଯାନ ଚଳାଯାଉଛି, ଏହି ଅଭିଯାନ ମୋ ବିରୋଧରେ ନୁହେଁ, ଏହା ସେହି ବର୍ଗଙ୍କ ବିରୋଧରେ ଅଭିଯାନ ଯେଉଁ ବର୍ଗରୁ ମୁଁ ଆସିଛି।
ତେବେ ମୁଁ ଏହିକାରଣରୁ ବ୍ୟକ୍ତିଗତ ରୂପେ ଦୁଃଖିତ ଯେ ମୁଖ୍ୟ ବିରୋଧୀ ଦଳ ଏହାକୁ ଅଧ୍ୟକ୍ଷଙ୍କ ବିରୋଧରେ ଅଭିଯାନ ରୂପେ ଉପସ୍ଥାପନ କରିଛି। ମୋ ବିରୋଧରେ ପ୍ରସ୍ତାବ ଆଣିବାର ଅଧିକାର ରହିଛି, ଏହା ସେମାନଙ୍କ ସାମ୍ବିଧାନିକ ଅଧିକାର, ହେଲେ ସେମାନେ ସମ୍ବିଧାନର ପ୍ରାବଧାନ ହୁଡି ଯାଇଛନ୍ତି।