ED-CBIକୁ ଡରିବା ଦରକାର ନାହିଁ, ୨୦୨୪ ନିର୍ବାଚନରେ ବିଜେପିର ପରାଜୟ ନିଶ୍ଚିତ: ସତ୍ୟପାଲ୍ ମଲିକ

Published By : Prameya-News7 Bureau | June 24, 2023 IST

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ୍ ମଲିକ ପୁଣି ଥରେ କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସତ୍ୟପାଲ୍ ମଲିକ ଟୁଇଟ୍ କରି କହିଛନ୍ତି, ମୁଁ ସମସ୍ତ ନେତାଙ୍କୁ କହିବାକୁ ଚାହୁଁଛି ଯେ, ସେମାନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)କୁ ଡରିବାର କୌଣସି ଆବଶ୍ୟକତା ନାହିଁ। ଦୃଢତାର ସହ ଛିଡ଼ା ହୋଇ ଏହାର ମୁକାବିଲା କରନ୍ତୁ। ଆଗାମୀ ଲୋକସଭା ନିର୍ବାଚନ ୨୦୨୪ରେ ବିଜେପିର ପରାଜୟ ନିଶ୍ଚିତ। ଏହା ପରେ ମୋଦୀ ଜୀ ଏବଂ ତାଙ୍କ ସହଯୋଗୀଙ୍କ ତଦନ୍ତ କରାଇ ନେବେ।

CBI notice to Satyapal Malik in insurance case; 'Exposed sins…' | Latest  News India - Hindustan Times

ପୂର୍ବତନ ରାଜ୍ୟପାଳ ସତ୍ୟପାଲ୍ ମଲିକ କହିଛନ୍ତି, କେନ୍ଦ୍ର ସରକାରଙ୍କ ଏହି ଏଜେନ୍ସି ବିରୋଧରେ ସମସ୍ତେ ସାହାସର ସହ ମୁକାବିଲା କରନ୍ତୁ। ୬ ମାସ ପରେ ଏମାନଙ୍କ ପରାଜୟ ନିଶ୍ଚିତ। ଏହା ପରେ ଅଧିକାରୀ ବଳେ ବଳେ ସବୁ ବୁଝି ଯିବେ। ଏଥିପାଇଁ କିଛି କରିବାର ଆବଶ୍ୟକତା ପଡ଼ିବ ନାହିଁ। କେନ୍ଦ୍ର ମନ୍ତ୍ରୀ ସଞ୍ଜୀବ ବଲିୟାନଙ୍କୁ ନେଇ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ବିବାଦୀୟ ବୟାନ ଦେଇ ସତ୍ୟପାଲ ମଲିକ କହିଛନ୍ତି, ତାଙ୍କ ପରିବାରକୁ ମୁଁ ଅନେକ ଥର ଥାନାରୁ ମୁକୁଳାଇଛି। ଯଦି ସଞ୍ଜୀବ ବଲିୟାନଙ୍କ ସାହାସ ଅଛି ପାର୍ଟି ଛାଡ଼ି ଉପରକୁ ଉଠି ଦେଖାନ୍ତୁ ବୋଲି ପୂର୍ବତନ ରାଜ୍ୟପାଳ କହିଛନ୍ତି।

Satya Pal Malik not above the board, but his charges against Modi govt more  serious

ଅନ୍ୟପଟେ ସମସ୍ତ ବିରୋଧୀ ଦଳ ଏକଜୁଟ୍ ହୋଇ ୨୦୨୪ ଲୋକସଭା ନିର୍ବାଚନ ଲଢିବେ ଶୁକ୍ରବାର ପାଟନାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକରେ ୧୫ ବିରୋଧୀ ଦଳ ଯୋଗ ଦେଇଥିଲେ। ପରବର୍ତ୍ତୀ ବୈଠକ ଜୁଲାଇରେ ସିମଲାରେ ଆୟୋଜିତ  ହେବ।  ବୈଠକରେ ଆଗାମୀ ରଣନୀତି ଏବଂ ଏଜେଣ୍ଡା ପ୍ରସ୍ତୁତ ହେବ ବୋଲି କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି।

wp:heading {"level":4}

ଏ ଖବର ପଢନ୍ତୁ- ପ୍ରଧାନମନ୍ତ୍ରୀ ପଦ ପାଇଁ ରାଜନାଥ ସିଂ ‘ସିରିୟସ୍ କ୍ୟାଣ୍ଡିଡେଟ୍’: ସତ୍ୟପାଲ ମଲିକ୍

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.