ଇମ୍ଫାଲ: ଜାତିଆଣ ହିଂସାକୁ ନେଇ ପାଖାପାଖି ୨ ମାସ ହେବ ମଣିପୁର ଜଳୁଛି। ଏମିତି ସ୍ଥିତିରେ ମଣିପୁର ସରକାର ଯେଉଁ କର୍ମଚାରୀମାନେ କାର୍ଯ୍ୟାଳୟ ଆସି ପାରୁ ନାହାନ୍ତି ସେମାନଙ୍କ ପାଇଁ ‘କାମ ନାହିଁ, ବେତନ ନାହିଁ’ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସାଧାରଣ ପ୍ରଶାସନ ବିଭାଗଙ୍କୁ ସେହି କର୍ମଚାରୀଙ୍କ ରିପୋର୍ଟ ଦେବାକୁ କୁହାଯାଇଛି, ଯେଉଁମାନେ ରାଜ୍ୟର କଠିନ ସ୍ଥିତିରେ କାର୍ଯ୍ୟାଳୟରେ ଯୋଗ ଦେଇ ପାରି ନାହାନ୍ତି।
{"width":830,"height":467}ବିଭାଗୀୟ ସଚିବ ମାଇକେଲ୍ ଏଚୋମଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଜୁନ ୧୨ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିର୍ଣ୍ଣୟ ନିଆଯାଇଛି ଯେ, ମଣିପୁର ସଚିବାଳୟର ସାଧାରଣ ପ୍ରଶାସନ ବିଭାଗରେ ବେତନ ପ୍ରାପ୍ତ ସମସ୍ତ କର୍ମଚାରୀଙ୍କୁ ସୂଚିତ କରାଯାଉଛି ଯେ, ଏହି ବର୍ଗର ସବୁ କର୍ମଚାରୀଙ୍କ ଉପରେ ‘କାମ ନାହିଁ, ବେତନ ନାହିଁ’ ନିୟମ ଲାଗୁ କରାଯିବ। ଯେଉଁ କର୍ମଚାରୀମାନେ ବିନା ଛୁଟିରେ ଅଫିସ ଆସୁ ନାହାନ୍ତି ସେମାନଙ୍କ ପାଇଁ ଏହି ନିୟମ ଲାଗୁ କରାଯିବ।
ବିଜ୍ଞପ୍ତିରେ ଏହା ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ଯେ, ସାଧାରଣ ପ୍ରଶାସନ ବିଭାଗ ଏବଂ କାର୍ମିକ ବିଭାଗ ଜୁନ ୨୮ ସୁଦ୍ଧା ଅଫିସ ଆସୁ ନ ଥିବା କର୍ମଚାରୀଙ୍କ ନାମ, ଇଆଇଏନ(କର୍ମଚାରୀ ପରିଚୟ ସଂଖ୍ୟା), ବର୍ତ୍ତମାନର ଠିକଣା ସହିତ ଅନ୍ୟ ବିବରଣ ଦେବାକୁ କୁହାଯାଇଛି। ଫଳରେ କାର୍ଯ୍ୟାଳୟ ଆସୁ ନ ଥିବା କର୍ମଚାରୀ ଏବଂ ଅଧିକାରୀଙ୍କ ବିରୋଧରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ। ସୂଚନାଯୋଗ୍ୟ, ମଣିପୁର ସରକାରଙ୍କ ଏକ ଲକ୍ଷ କର୍ମଚାରୀ ଅଛନ୍ତି।
ଉଲ୍ଲେଖନୀୟ ମଣିପୁରରେ ସଂଖ୍ୟାବହୁଳ ମେଇତି ଏବଂ ସଂଖ୍ୟାଲଘୁ କୁକି ସମୁଦାୟ ମଧ୍ୟରେ ଦୁଇ ମାସ ହେବ ଜାରି ହିଂସାରେ ଅଦ୍ୟାବଧି ୧୦୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟି ସାରିଛି। ସ୍ଥିତି ସୁଧୁରିବା ଜାଗାରେ ବିଗିଡ଼ିବାରେ ଲାଗିଛି। କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡକାଇ ମଣିପୁର ସ୍ଥିତିର ଆଲୋଚନା କରିଛନ୍ତି।
wp:heading {"level":4}