ଭୁବନେଶ୍ବର ୨୯।୧୨: ଏଥର ଓଡ଼ିଆ ଅସ୍ମିତାର ପରିଚୟ ହେବ ଐତିହାସିକ ବରଗଡ ଧନୁଯାତ୍ରା । ଧନୁଯାତ୍ରା ଖର୍ଚ୍ଚ ବାବଦକୁ ସରକାର ଦେବେ ଦେଢ଼ କୋଟି । NSD ଆସି ଧନୁଯାତ୍ରାର ବୃତ୍ତ ଚିତ୍ର ପ୍ରସ୍ତୁତ କରିବ । ଭବ୍ୟ ଦିବ୍ୟ ହେବ ଏଥର ଧନୁଯାତ୍ରା । ସୂଚନା ଦେଲେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
ଧନୁ ଯାତ୍ରାର ବହୁଳ ପ୍ରଚାର ପ୍ରସାର ତଥା ଜାତୀୟ ଓ ଆନ୍ତର୍ଜାତୀୟ ମାନ୍ୟତା ପାଇଁ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ବରଗଡ ଧନୁଯାତ୍ରାରେ ଯେଉଁ କଳାକାରମାନେ ବିଭିନ୍ନ ଚରିତ୍ରରେ ଅଭିନୟ କରନ୍ତି, ସେମାନଙ୍କର ପୋଷାକ ଏବଂ ଅନ୍ୟାନ୍ୟ ଆନୁସଙ୍ଗୀକ ଖର୍ଚ୍ଚ ବାବଦକୁ ପ୍ରତ୍ୟେକଙ୍କ ପାଇଁ ୧୦,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଏଭଳି କଳାକାରଙ୍କ ସଂଖ୍ୟା ଆନୁମାନିକ ଭାବେ ୧୫୦ ଅଟେ । ଜାତୀୟ ନାଟ୍ୟ ବିଦ୍ୟାଳୟକୁ ଧନୁଯାତ୍ରା ଉପରେ ଏକ ପ୍ରାମାଣିକ ଚିତ୍ର ନିର୍ମାଣ ଏବଂ ବିଶଦ ତଥ୍ୟ ସଂଗ୍ରହ ନିମନ୍ତେ ଅନୁରୋଧ କରାଯାଇଛି । ବରଗଡ଼ ସମେତ ବିଭିନ୍ନ ଜିଲ୍ଲାରେ ଏଲ୍ଇଡି ସ୍କ୍ରିନ୍ ମାଧ୍ୟମରେ ଧନୁଯାତ୍ରାର ସିଧା ପ୍ରସାରଣ କରାଯିବ ।
ଯେହେତୁ ଧନୁଯାତ୍ରାକୁ ଜାତୀୟ ତଥା UNESCO ର ଆନ୍ତର୍ଜାତିକ ମାନ୍ୟତା ପ୍ରଦାନ ନିମନ୍ତେ ପ୍ରଚେଷ୍ଟା ଆରମ୍ଭ ହୋଇଛି । ଏହିଭଳି ପ୍ରଚାର ପ୍ରସାର ତଥା ପ୍ରାମାଣିକ ତଥ୍ୟ ସଂଗ୍ରହ ଅନେକ ପରିମାଣରେ ସହାୟକ ହୋଇପାରେ । ଏ ସମ୍ପର୍କରେ ଏକ ବିଶେଷଜ୍ଞ କମିଟି ମଧ୍ୟ ଗଠନ କରାଯାଇପାରେ । ୨୦୨୫ ଧନୁଯାତ୍ରା ପାଇଁ ଅନୁଦାନ ରାଶିକୁ ବୃଦ୍ଧି କରାଯାଇଛି ।
ବିଶ୍ୱର ସର୍ବବୃହତ ମୁକ୍ତାକାଶ ମଞ୍ଚ ନାଟକ ‘ଧନୁଯାତ୍ରା’ ପ୍ରତିବର୍ଷ ପୌଷ ମାସରେ ଆରମ୍ଭ ହୋଇ ପୌଷପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲେ । ଏହି ନାଟକର ମୁଖ୍ୟ ଚରିତ୍ର ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣ ଓ ରାକ୍ଷସ ରାଜ କଂସ । କୃଷ୍ଣକଥାକୁ କେନ୍ଦ୍ର କରି ଦୀର୍ଘ ୧୧ ଦିନ ଧରି ଅନୁଷ୍ଠିତ ହେଉଥିବା ନାଟକ ବରଗଡ ସହର ଓ ଜୀରା ନଦୀର ଅପରପାର୍ଶ୍ଵରେ ଥିବା ଅମ୍ବାପାଲି ଗ୍ରାମରେ ଅଭିନୀତ ହୁଏ । ବରଗଡ ହୁଏ କଂସଙ୍କ ରାଜଧାନୀ ମଥୁରାଜଗର ଅମ୍ବାପାଲି ହୁଏ ଗୋପପୁର । ସେହିପରି ଯମୁନା ହୁଏ ଜୀରା ନଦୀ । ଧନୁଯାତ୍ରାର ବିଶେଷତ୍ତ୍ୱ ହେଲା ଏଥିରେ ସାଧାରଣ ଜନତା ମଧ୍ୟ ନାଟକର ଜଣେ ଜଣେ ରୂପରେ ଅବତୀର୍ଣ୍ଣ ହୁଅନ୍ତି ଏବଂ ଏଥିରେ କୌଣସି ଲିଖିତ କଥା ବା ସଂଳାପ ନଥାଏ । କିନ୍ତୁ ଏହା ଏକ ଜୀବନ୍ତ ନାଟକ ଭଳି ଅଭିନୀତ ହୁଏ । ବିଭିଣାହରରେ ଏଲ୍ଇଡି ସ୍କ୍ରିନ୍ ମାଧ୍ୟମରେ ଦେଖିବା ପାଇ ବ୍ୟବସ୍ଥା ହେବ ।
You Can Read:
MKCGରେ ଡାକ୍ତରୀ ଛାତ୍ରଙ୍କୁ ମାଡ଼ ଘଟଣାରେ ୪ ଡାକ୍ତର ବହିଷ୍କୃତ, ଜଣଙ୍କୁ ୬ମାସ ହଷ୍ଟେଲ ମନା