ଶିମିଳିପାଳକୁ ପୁଣି ଫେରିଲା ବାଘୁଣୀ ଜିନତ୍, ୨ ଦିନ ତଳେ ହୋଇଥିଲା ଟ୍ରାଙ୍କୁଲାଇଜ୍

Published By : Prameya-News7 Bureau | January 01, 2025 IST

ବାରିପଦା ୦୧।୦୧ : ଓଡିଶା ଫେରିଲା ଜିନତ୍‌ । ଶିମିଳିପାଳରୁ ଫେରାର ଥିବା ବାଘୁଣୀ ଜିନତ୍‌ ଏବେ ଫେରିଛି । ବନବିଭାଗର ସ୍ୱତନ୍ତ୍ର ଟିମ୍‌ ଜିନତ୍‌କୁ ଆଲିପୁର ଚିଡିଆଖାନାରୁ ଆଣି ଶିମିଳିପାଳ ଅଭୟାରଣ୍ୟରେ ଛଡାଯାଇଛି । 

 ଶିମିଳିପାଳରୁ ଫେରାର ଥିବା ବାଘୁଣୀ ଜିନତ୍ ଫେରିଛି।  ୨୫ ଦିନ ଧରି ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଏକାଧିକ ଜଙ୍ଗଲରେ ଆତଙ୍କ ଖେଳାଇବା ପରେ ୨ ଦିନ ତଳେ ବାଂକୁଡ଼ା ଜଙ୍ଗଲରେ ଟ୍ରାଙ୍କୁଲାଇଜ୍ କରାଯାଇଥିଲା। ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ୍ କରିବା ଲାଗି ବାଘୁଣୀକୁ କୋଲକାତାର ଆଲିପୂର ଚିଡ଼ିଆଖାନାକୁ ନିଆଯାଇଥିଲା । ଏହାପରେ ମଙ୍ଗଳବାର ରାତିରେ STRର ସ୍ଵତନ୍ତ୍ର ପିଞ୍ଜରାରେ ଜିନତକୁ ଶିମିଳିପାଳ ଅଣାଯାଇଛି। କୋଲକାତା ବନବିଭାଗ ସହିତ ପୋଲିସର କଡ଼ା ପହରା ମଧ୍ୟରେ STRର କ୍ଷେତ୍ର ନିର୍ଦ୍ଦେଶକଙ୍କ ଏକ ଟିମ୍ ଜୀନତକୁ ଶିମିଳିପାଳ ଆଣିଛନ୍ତି। ବୁଧବାର ଭୋର ୪ଟା ସମୟରେ ଜିନତ୍ ପୁଣି ଶିମିଳିପାଳକୁ ଫେରିଛି । ସେଠାରେ ପୁଣି ଥରେ ଜିନତ୍‌କୁ ଏନ୍‌କ୍ଲୋଜରରେ ଛଡାଯାଇଛି ବୋଲି ସୂଚନା ଦେଇଛନ୍ତି STRର RCCF ପ୍ରକାଶ ଚାନ୍ଦ ଗୋଗୀନେନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.