ଦିଲ୍ଲୀରେ ନିବେଶକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା, ‘ଉତ୍କର୍ଷ ଓଡ଼ିଶା’ କନ୍‌କ୍ଲେଭ ପାଇଁ ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କୁ ଆମନ୍ତ୍ରଣ

Published By : Prameya-News7 Bureau | October 03, 2024 IST

ଭୁବନେଶ୍ବର ୩।୧୦: ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ପାଇଁ ଦିଲ୍ଲୀରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନିବେଶକଙ୍କ ସହ ମୁଖ୍ୟମନ୍ତ୍ରୀ ୱାନ୍ ଟୁ ୱାନ୍ ଆଲୋଚନା କରିଛନ୍ତି । ପ୍ରଥମେ IOCL ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ । ଆଲୋଚନା ବେଳେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଶିଳ୍ପ ବିଭାଗ ସଚିବ ହେମନ୍ତ ଶର୍ମା ଉପସ୍ଥିତ ଥିଲେ । 

ତେବେ ବୈଠକରେ IOCL ସିଏମ୍‌ଡି ଭି. ଶତୀଶ କୁମାର, IOCL ପ୍ଲାନିଂ ଏବଂ ବିଜନେସ୍ ଡେଭଲପମେଣ୍ଟ ଡାଇରେକ୍ଟର ଏ.ଏସ୍‌. ସାଇନି, ଡ. ରଞ୍ଜିତ ରଥ, ଚେୟାରମ୍ୟାନ ଏବଂ ଏମ୍‌ଡି ଏବଂ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ପୁ୍ଞ୍ଜି ବିନିଯୋଗ ସୁଯୋଗ ନେଇ ଆଲୋଚନା ଚାଲିଥିବା ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ଜାନୁଆରୀ ୨୮ ଓ ୨୯ରେ ଦୁଇଦିନ ଧରି ଭୁବନେଶ୍ୱରରେ ନିବେଶକ ସମ୍ମିଳନୀ  ‘ଉତ୍କର୍ଷ ଓଡ଼ିଶା’ କନ୍‌କ୍ଲେଭ ଅନୁଷ୍ଠିତ ହେବ । ‘ମେକ୍‌ ଇନ ଓଡ଼ିଶା’ ସମ୍ମିଳନୀ ନାଁ ବଦଳାଇ ନୂଆ ସରକାର ‘ଉତ୍କର୍ଷ ଓଡ଼ିଶା’ ରଖିଥିବା ବେଳେ ଏଥିପାଇଁ ଇତିମଧ୍ୟରେ ଏହାର ଲୋଗୋ ଉନ୍ମୋଚନ ସରିଛି । ଏହି କନକ୍ଲେଭକୁ ଆସିବା ପାଇଁ ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କୁ ମୁଖ୍ୟମନ୍ତ୍ରୀ ଆମନ୍ତ୍ରଣ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ । ଗୁରୁବାର ମଧ୍ୟାହ୍ନ ଭୋଜନ ପରେ ପୁନଶ୍ଚ ନିବେଶକଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବେ । ଏହାପରେ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀରୋଡ୍ ଶୋ’ କାର୍ଯ୍ୟକ୍ରମ ରହିଛି । 

You Can Read:

ଗାଁ କୂଅରୁ ମିଳିଲା ମହିଳାଙ୍କ ମୃତଦେହ, ସ୍ବାମୀ ପିଟିପିଟି ହତ୍ୟା କରିଥିବା ଅଭିଯୋଗ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.