ଡେଙ୍ଗୁ ସହ ଅନ୍ୟ ଜଳବାହିତ ରୋଗର ପ୍ରତିକାର ପାଇଁ CSଙ୍କ ନିର୍ଦ୍ଦେଶ, ବିଭିନ୍ନ ବିଭାଗ ସହ ସମନ୍ବୟ ରଖି କାମ କରିବାକୁ ପରାମର୍ଶ

Published By : Prameya-News7 Bureau | July 12, 2024 IST

ଭୁବନେଶ୍ବର ୧୨: ମୌସୁମୀ ଋତୁରେ ରାଜ୍ୟରେ ଡେଙ୍ଗୁ ସମେତ ଅନ୍ୟ ଜଳବାହିତ ରୋଗ ବ୍ୟାପୁଥିବାରୁ ଚିନ୍ତାରେ ରାଜ୍ୟ ସରକାର । ଡେଙ୍ଗୁ, ମ୍ୟାଲେରିଆ ଓ ଅନ୍ୟ ଭେକ୍ଟର ବର୍ଣ୍ଣ ଡିଜିଜ୍ ପ୍ରତି ସତର୍କ ରହିବାକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି । 

ଫିଲ୍ଡ ଷ୍ଟାଫଙ୍କ ଜରିଆରେ ଡେଙ୍ଗୁ ସହ ଅନ୍ୟ ରୋଗ ପ୍ରତିକାର ପାଇଁ ପଦକ୍ଷେପ ନେବାକୁ ଗୃହ ଓ ନଗର ଉନ୍ନୟନ, ଶିଳ୍ପ, ଗଣଶିକ୍ଷା, ମହିଳା ଓ ଶିଶୁ ବିକାଶ, କୃଷି, ସୂଚନା ଓ ଲୋକସମ୍ପର୍କ, ପଞ୍ଚାୟତରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ଅନୁସୂଚିତ ଜାତି ଓ ଜନଜାତି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତି ସ୍ତରରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ଵୟ ରଖି କାମ କରିବାକୁ ପରାମର୍ଶ ଦିଆଯାଇଛି । ଏଥିପାଇଁ ବିଭିନ୍ନ ବିଭାଗ ପାଇଁ ଭୂମିକା ଓ ଦାୟିତ୍ଵ ଧାର୍ଯ୍ୟ କରିଛନ୍ତି ମୁଖ୍ୟ ଶାସନ ସଚିବ ।

You Can Read:

ବାଲୁଗାଁଠୁ ନଖରା ପର୍ଯ୍ୟନ୍ତ ବ୍ରିଜ୍ କାମ ନିମ୍ନମାନର ଅଭିଯୋଗ, NHAI ଅଫିସ ଘେରାଉ କଲା କଂଗ୍ରେସ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.