ଯୁକ୍ତ ଦୁଇ ମାର୍କିଂ ଢାଞ୍ଚାରେ ପରିବର୍ତ୍ତନ, ପ୍ରାକ୍ଟିକାଲ ନଥିବା ବିଷୟରେ ୮୦ ମାର୍କ ଥିଓରି ପରୀକ୍ଷାରୁ ୨୪ ରଖିଲେ ପାସ୍

Published By : Prameya-News7 Bureau | November 22, 2024 IST

ଭୁବନେଶ୍ବର ୨୨।୧୧: ବଦଳିଛି ଯୁକ୍ତ ୨ ପରୀକ୍ଷା ଢାଞ୍ଚା । ଏହାସହ ମାର୍କିଂ ଢାଞ୍ଚାରେ ମଧ୍ୟ ପରିବର୍ତ୍ତନ ହୋଇଛି । ନୂଆ ଢାଞ୍ଚାରେ ଚଳିତ ଥର ଦିଆଯିବ ମାର୍କ । ପ୍ରାକ୍ଟିକାଲ ନଥିବା ବିଷୟର ହେବ ୮୦ ମାର୍କର ପରୀକ୍ଷା । ୮୦ ମାର୍କରୁ ୨୪ ମାର୍କ ରଖିଲେ ପାସ୍ ହେବେ ପରୀକ୍ଷାର୍ଥୀ । ଚଳିତ ବର୍ଷ ଏଭଳି ପଦକ୍ଷେପ ନେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।

ଚଳିତ ବର୍ଷ ଯୁକ୍ତ ୨ରେ ମୋଟ୍ ୧୦୦ ମାର୍କରୁ ୨୦ ମାର୍କର ହେବ ଇଣ୍ଟରନାଲ ଆସେସମେଣ୍ଟ ଟେଷ୍ଟ । ଆଉ ୮୦ ମାର୍କର ଥିଓରୀ ପରୀକ୍ଷା ହେବ । ୮୦ ମାର୍କ ଥିଓରି ପରୀକ୍ଷାରୁ ୨୪ ମାର୍କ ରଖିଲେ ଛାତ୍ରଛାତ୍ରୀ ପାସ୍ ହେବେ । ପ୍ରଥମ ଥର ଯୁକ୍ତ ୨ରେ ହେବ ଆସେସମେଣ୍ଟ ପରୀକ୍ଷା ।   ଏ ନେଇ CHSE ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡା ସୂଚନା ଦେଇଛନ୍ତି । ଅନ୍ୟ ପ୍ରାକ୍ଟିକାଲ ଏବଂ ପ୍ରୋଜେକ୍ଟ ବେସ୍‌ଡ ବିଷୟରେ ଯେଉଁଭଳି ପୂର୍ବରୁ ମାର୍କ ଦିଆଯାଉଥିଲା ସେହିଭଳି ରହିବ । 

ସେହିଭଳି ଚଳିତ ବର୍ଷ ପାସ୍ ହାର ବୃଦ୍ଧି କରିବାକୁ CBSE ଢାଞ୍ଚାରେ ପରୀକ୍ଷା କରାଯାଉଛି । ୮୦ ମାର୍କରୁ ୨୦ ମାର୍କର ମଲ୍ଟିପଲ ଚଏଚ୍ ପ୍ରଶ୍ନ ରହିବ । 

You Can Read:


 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.