ବରିଷ୍ଠ ନାଗରିକଙ୍କୁ ଶିରିଡ଼ି ବୁଲାଇବେ ରାଜ୍ୟ ସରକାର, ତୀର୍ଥଯାତ୍ରା ଯୋଜନାରେ ସ୍ବତନ୍ତ୍ର ଟ୍ରେନ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | January 17, 2025 IST

ଭୁବନେଶ୍ବର ୧୭।୧: ରାଜ୍ୟର ବରିଷ୍ଠ ନାଗରିକଙ୍କୁ ଶିରିଡ଼ି ବୁଲାଇବେ ରାଜ୍ୟ ସରକାର ।   ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ସ୍ପେଶାଲ୍ ଟ୍ରେନ୍‌ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭୁବନେଶ୍ଵର ରେଳ ଷ୍ଟେସନରେ ଭୁବନେଶ୍ଵର - ଶିରିଡ଼ି - ନାସିକ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ସ୍ପେଶାଲ୍ ଟ୍ରେନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶୁକ୍ରବାର ଭୁବନେଶ୍ୱର - ଶିରିଡ଼ି - ନାସିକ ଟ୍ରେନର ଶୁଭାରମ୍ଭ ହୋଇଛି । ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଓ ଢେଙ୍କାନାଳ ଜିଲ୍ଲାରୁ ୮୦୦ ଜଣ ବରିଷ୍ଠ ନାଗରିକ ମାନେ ତୀର୍ଥଯାତ୍ରାରେ ଯାଉଛନ୍ତି । ଏହିଭଳି ଚଳିତ ବର୍ଷ ପର୍ଯ୍ୟାୟକ୍ରମେ ସର୍ବମୋଟ୍ ୧୦ଟି ଟ୍ରିପରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଚଳିତ ବର୍ଷ ୮ ହାଜର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାରେ ଯିବେ । ପ୍ରତି ଟ୍ରିପରେ ୮୦୦ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାରେ ଯିବେ । ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ମାଧ୍ୟମରେ ଶିରିଡ଼ି, ନାସିକ, କାମାକ୍ଷା, ବାରଣାସୀ, କଲିକତା ଦକ୍ଷିଣ କାଳୀ ମନ୍ଦିର, ଅଯୋଧ୍ୟା ଭଳି ବିଭିନ୍ନ ୧୦ଟି ତୀର୍ଥ ସ୍ଥାନ ବୁଲିବେ ରାଜ୍ୟର ବରିଷ୍ଠ ନାଗରିକ । ଗାଁରୁ ଷ୍ଟେସନ ଓ ରେଳ ଷ୍ଟେସନରୁ ତୀର୍ଥ ସ୍ଥାନ ପର୍ଯ୍ୟନ୍ତ ଯାତାୟାତ, ରହିବା, ଖାଇବା ପାଇଁ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର ।  ଯାତ୍ରା ବେଳେ ସରକାରଙ୍କ ପକ୍ଷରୁ ଗାଇଡ ଓ ଏସ୍କର୍ଟ ଟିମ୍ ସୁବିଧା ତୀର୍ଥଯାତ୍ରୀଙ୍କୁ ଯୋଗାଇ ଦିଆଯିବ ।   ୬୦ ବର୍ଷରୁ ୭୫ ବର୍ଷ ବୟସ୍କ ନାଗରିକ ମାନେ ଏହି ସୁବିଧା ପାଉଛନ୍ତି । ଅନ୍ତର୍ଦ୍ୟୋୟ, ରାସନ କାର୍ଡ, ମନରେଗା କାର୍ଡ ଭଳି ଆର୍ଥିକ ଅନଗ୍ରସର ପ୍ରମାଣ ପତ୍ର ଦେଇ ଆବେଦନ ମାଧ୍ୟମରେ ବରିଷ୍ଠ ନାଗରିକ ମାନେ ତୀର୍ଥଯାତ୍ରା ସୁବିଧା ପାଇପାରିବେ ।

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.