HMPV ସଂକ୍ରମଣକୁ ନେଇ ଓଡ଼ିଶା ସତର୍କ, ଭୟଭୀତ ନହେବାକୁ ସରକାରଙ୍କ ଅପିଲ୍‌

Published By : Prameya-News7 Bureau | January 06, 2025 IST

ଭୁବନେଶ୍ୱର: ଓଡ଼ିଶାରେ ଏଯାଏ ଚିହ୍ନଟ ହୋଇନାହିଁ HMPV ଭାଇରସ୍‌। କେନ୍ଦ୍ର ସରକାରଙ୍କ ଆଡଭାଇଜରୀକୁ ଅପେକ୍ଷା କରିଛୁ। ରାଜ୍ୟ ଜନ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ ଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର। ବେଙ୍ଗାଲୁରୁରେ ଦୁଇ ଜଣ ଶିଶୁଙ୍କ ଶରୀରରେ ଡିଟେକ୍ଟ ହୋଇଛି। ଏହା ସାଧାରଣ ଫ୍ଲୁ ଭଳି।  ୨୦୦୧ରୁ ଏହା ଚିହ୍ନଟ ହୋଇଛି । କୋରୋନା ଭଳି ହାଇଲି କଣ୍ଟାଜିଅସ ନୁହେଁ। ଏହା ହେଉଛି ମଡ୍ରେଟ୍ କଣ୍ଟାଜିଅସ। ଯଦି କୌଣସି କେଶ ଆସେ ତେବେ ପରୀକ୍ଷା ପାଇଁ ଏମ୍ସ ହସ୍ପିଟାଲ ପ୍ରସ୍ତୁତ ଅଛି। ସତର୍କ ରୁହନ୍ତୁ କିନ୍ତୁ ଭୟଭୀତ ନେହେବା ପାଇଁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର।

ବେଙ୍ଗାଲୁରୁରେ ୮ ମାସର ନବଜାତ ଶିଶୁ ଏବଂ ୩ ମାସର ଏକ ଶିଶୁ କନ୍ୟା ଏଚଏମପିଭି ଭାଇରସର ପଜିଟିଭି ଚିହ୍ନଟ ହୋଇଛନ୍ତି। ତେବେ ଏମାନଙ୍କର କୌଣସି ଅନ୍ତର୍ଜାତୀୟ ଯାତ୍ରା ଷ୍ଟାଟସ ନାହିଁ। ଏମାନେ କେଉଁଆଡ଼େ ବି ଯାଇ ନାହାନ୍ତି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। 

ବେଙ୍ଗାଲୁରୁରେ ୨ଟି ପଜିଟିଭି ଚିହ୍ନଟ ହେବା ପରେ ସତର୍କ ହୋଇଛନ୍ତି ରାଜ୍ୟ ସରକାର। ଏଚଏମପିଭି ଭାଇରସ ସଂକ୍ରମଣ ରୋକିବାକୁ ଆଡ୍‌ଭାଇଜରି ଜାରି ହୋଇଛି। ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଏଥିସହିତ କୋଭିଡ୍ ସମୟରେ ଯେଉଁ ସବୁ ସାବଧାନତା ଅବଲମ୍ବନ କରାଯାଉଥିଲା, ସେହିସବୁ ସାବଧାନାତ ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.