ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ, ୨୨ରୁ ସବୁ ସ୍କୁଲ ସ୍ବାଭାବିକ

Published By : Prameya-News7 Bureau | June 20, 2024 IST

ଭୁବନେଶ୍ବର ୨୦।୬: ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଶୁକ୍ରବାର ସକାଳ ୬ଟା ୩୦ରୁ ଦିନ ୧୦ଟା ୩୦ ପର୍ଯ୍ୟନ୍ତ ସ୍କୁଲ । ଖରା, ଗୁଳୁଗୁଳିକୁ ଦେଖି ଆଉ ଦିନକ ପାଇଁ ବଢ଼ାଗଲା । ସେହିଭଳି ୨୨ ତାରିଖ ଠାରୁ ସମସ୍ତ ସ୍କୁଲ ସ୍ବାଭାବିକ ଭାବେ ପରିଚାଳନା କରାଯିବ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପାଣିପାଗ ବିଭାଗର ସୂଚନାକୁ ଆଧାର କରି ରାଜ୍ୟ ସରକାର ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ୨୧ ତାରିଖ ଦିନ ସକାଳ ୬ଟା ୩୦ ମିନିଟ୍‌ରୁ ୧୦ଟା ୩୦ ମିନିଟ୍ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲା ରହିବ । ୨୨ ତାରିଖ ଠାରୁ ସମସ୍ତ ବିଦ୍ୟାଳୟଗୁଡିକ ସ୍ବାଭାବିକ ଭାବେ ପରିଚାଳନା କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

You Can Read :

ଅନୁଭବ ମହାନ୍ତି ଓ ୨ ସହଯୋଗୀଙ୍କ ନାଁରେ ଚାର୍ଜଫ୍ରେମ୍, ଘରୋଇ ହିଂସା ନେଇ ଥାନାରେ ମାମଲା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.