ଓଡ଼ିଶା ହେବ ମଦମୁକ୍ତ ! ପର୍ଯ୍ୟାୟକ୍ରମେ କମିବ ମଦ କାରବାର, ଅଙ୍କ କଷୁଛନ୍ତି ସରକାର

Published By : Prameya-News7 Bureau | June 26, 2024 IST

ଭୁବନେଶ୍ଵର:  ଓଡ଼ିଶାକୁ ମଦମୁକ୍ତ ଓ ନିଶାମୁକ୍ତ କରିବାକୁ କମର କଷୁଛନ୍ତି ନୂଆ ସରକାର । ଓଡ଼ିଶାରେ ପର୍ଯ୍ୟାୟକ୍ରମେ କମିବ ମଦ କାରବାର । କମିବ ନିଶା ବ୍ୟବହାର । ଆଜି ଅନ୍ତର୍ଜାତୀୟ ନିଶା ନିବାରଣ ଦିବସ ଅବସରରେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଏନେଇ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଛନ୍ତି ନିଶା ଦ୍ବାରା ସମାଜ କଳୁଷିତ ହେଉଛି । ସରକାରୀସ୍ତରରେ ଅନେକ ରାଜ୍ୟରେ ମଦ ବନ୍ଦ କରାଯାଇଛି । ଓଡ଼ିଶା ସରକାର ମଧ୍ୟ ମଦ ବନ୍ଦ ପାଇଁ ଚେଷ୍ଟା କରିବେ । ଓଡ଼ିଶାକୁ ମଦମୁକ୍ତ ଓ ନିଶାମୁକ୍ତ କରିବାକୁ ଯୋଜନା କରାଯାଉଥିବା କହିଛନ୍ତି ମନ୍ତ୍ରୀ । 

Also read: ୪ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରଥଯାତ୍ରାରେ ହେବେ ସାମିଲ

ମଦ ମୁକ୍ତ ହେବ ଓଡ଼ିଶା ।  ରାଜ୍ୟକୁ ନିଶାମୁକ୍ତ କରିବାକୁ ନିଆଯିବ ପଦକ୍ଷେପ । ଓଡ଼ିଶାରେ ପର୍ଯ୍ୟାୟ କ୍ରମେ କମିବ ମଦ କାରବାର । କମିବ ନିଶା ବ୍ୟବହାର । ଆଜି ଅନ୍ତର୍ଜାତୀୟ ନିଶା ନିବାରଣ ଦିବସ ଅବସରରେ ଏହି ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମନ୍ତ୍ରୀ କହିଛନ୍ତି ଯେ, ନିଶା ଦ୍ବାରା ସମାଜ କଳୁଷିତ ହେଉଛି । ସରକାରୀସ୍ତରରେ ଅନେକ ରାଜ୍ୟରେ ମଦ ବନ୍ଦ କରାଯାଇଛି । ଓଡ଼ିଶା ସରକାର ମଧ୍ୟ ମଦ ବନ୍ଦ ପାଇଁ ଚେଷ୍ଟା କରିବେ । ଓଡ଼ିଶାକୁ ମଦମୁକ୍ତ ଓ ନିଶାମୁକ୍ତ କରିବାକୁ ଯୋଜନା କରାଯାଉଥିବା କହିଛନ୍ତି ମନ୍ତ୍ରୀ ।

ମଦମୁକ୍ତ ଓଡ଼ିଶା ଲାଗି ନୂଆ ସରକାର ଯୋଜନା କରିବା କଥାକୁ ଅନେକ ସ୍ବାଗତ କରିଛନ୍ତି । ହେଲେ ଏକଥା ବି ସାମ୍ନାକୁ ଆସୁଛି ଯେ, ରାଜ୍ୟର ସିଂହଭାଗ ରାଜସ୍ବ ମଦରୁ ହିଁ ମଳିଥାଏ । ମଦ ବନ୍ଦ ହେଲେ ରାଜସ୍ବ ହାନୀର ଆଶଙ୍କା ବି ରହିଛି । ତେଣୁ ସରକାର କିଭଳି ଏହାକୁ ମ୍ୟାନେଜ୍ କରିବେ ତାହା ମଧ୍ୟ ସରକାର ପାଇଁ ବଡ଼ ଚାଲେଂଜ୍ ହେବ ।  ଏମିତିରେ ନିଶା ନିବାରଣ ଅଭିଯାନ ସଦସ୍ୟଙ୍କ କହିବା କଥା ରାଜ୍ୟକୁ ଯେତିକି ଅବକାରୀ ରାଜସ୍ବ ମିଳୁଛି ତା’ଠାରୁ ଅଧିକ ଖର୍ଚ୍ଚ ହେଉଛି ମଦ୍ୟପାନ ଜନିତ ସ୍ବାସ୍ଥ୍ୟ ଖରାପ ପାଇଁ । ମଦ ପାଇଁ ରାଜ୍ୟରେ ଦୁର୍ଘଟଣା ବଢ଼ିବାରେ ଲାଗିଛି । ପାରିବାରିକ ହିଂସା ବୃଦ୍ଧିର କାରଣ ମଧ୍ୟ ମଦ । ତେଣୁ ରାଜ୍ୟରେ ମଦ ବନ୍ଦ ହେଲେ ଏହାକୁ ସ୍ବାଗତ କରାଯିବ ବୋଲି କହିଛନ୍ତ ନିଶା ନିବାରଣ ସଦସ୍ୟ । 

ଦେଶରେ ଗୁଜରାଟ, ବିହାର, ମିଜୋରାମ, ନାଗାଲ୍ୟାଣ୍ଡ ଭଳି ଭିବିନ୍ନ ରାଜ୍ୟରେ ମଦ ବ୍ୟାନ୍ କରାଯାଇଛି । ସେ ସବୁ ରାଜ୍ୟରେ କିଭଳି ରାଜସ୍ବ ପରିଚାଳନା କରାଯାଉଛି, ସେହି ଢ଼ାଞ୍ଚାରେ ଓଡ଼ିଶାରେ ବି କରାଯାଇପାରିବ । ଓଡ଼ିଶାରେ ମଦ ବନ୍ଦ ପାଇଁ ବହୁ ଦିନରୁ ଦାବି ଉଠି ଆସିଛି । ଯଦି ନୂଆ ସରକାର ଏ ଦିଗରେ ପଦକ୍ଷେପ ନେଉଛନ୍ତି ତାହେଲେ ସାଧାରଣରେ ଏହା ନିଶ୍ଚିତ ଭାବେ ଗ୍ରହଣୀୟ ହୋଇପାରିବ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.