ଶୁକ୍ରବାର ପ୍ରକାଶ ପାଇବ ଓଜେଇଇ ରେଜଲ୍ଚ, ୱେବସାଇଟ୍‌ ଜରିଆରେ ମିଳିବ ପରୀକ୍ଷା ଫଳ

Published By : Prameya-News7 Bureau | June 01, 2023 IST

ଭୁବନେଶ୍ବର ୧।୬: ଜୁନ୍ ୨ ତାରିଖରେ ପ୍ରକାଶ ପାଇବ ଓଜେଇଇ ଫଳ । ଦିନ ୧୧ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ । ଓଜେଇଇ ଓ୍ବେବସାଇଟ୍ ଜରିଆରେ ରେଜଲ୍ଚ  ମିଳିପାରିବ । ଓ୍ବେବସାଇଟ୍ www.ojee.nic.in ରେ ରେଜଲ୍ଟ ଉପଲବ୍ଧ ହେବ । ମେ’ ୮ରୁ ମେ’ ୧୫ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନର ଏମ୍‌ବିଏ, ଏମ୍‌ସିଏ, ଏମ୍‌ଏସ୍‌ସି, ଏମ୍‌ଟେକ୍‌, ଏମ୍‌ ପ୍ଲାନ, ଲାଟେରାଲ୍‌ ଏଣ୍ଟ୍ରି ବିଏମ୍‌ବିଏ, ଲାଟେରାଲ ଏଣ୍ଟ୍ରି ବିଏସ୍‌ସି ଭଳି ୧୧ଟି ପାଠ୍ୟକ୍ରମରେ ନାମଲେଖା ଲାଗି ଓଜେଇଇ ଅନୁଷ୍ଠିତ ହୋଇଥିଲା । ମୋଟ୍ ୫୫ ହଜାର ୯୭୯ ଛାତ୍ରଛାତ୍ରୀ ଓଜେଇଇ ଦେବା ପାଇଁ ପଞ୍ଜୀକରଣ କରିଥିଲେ । ଲାଟେରାଲ ଏଣ୍ଟ୍ରି ଡିପ୍ଲୋମାରେ ୧୭ ହଜାର ୭୬୩, ବି ଫାର୍ମାରେ ୧୩ ହଜାର ୮୧୩, ଏମବିଏରେ ୯,୩୦୫, ଏମସିଏ ଓ ଏମଏସସି କମ୍ପ୍ୟୁଟର ସାଇନ୍ସରେ ୮,୮୪୧ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ  । ବି କ୍ୟାଟ୍‌, ଏମ ଆର୍କ, ଏମ ଫାର୍ମା, ଏମ ଟେକ୍‌ ପାଠ୍ୟକ୍ରମ ପାଇଁ ମଧ୍ୟ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ ।

ରାଜ୍ୟରେ ମୋଟ୍ ୩୩ଟି ସହରରେ ୪୭ କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାରରେ ୩ଟି ପରୀକ୍ଷା କେନ୍ଦ୍ର ହୋଇଥିଲା ।

You Can Read :

wp:embed {"url":"https://www.prameyanews7.com/the-new-parliament-house-is-not-yet-completed/","type":"wp-embed","providerNameSlug":"prameya-news-7"}
https://www.prameyanews7.com/the-new-parliament-house-is-not-yet-completed/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.