ଓଲାର ଦ୍ୱିତୀୟ ପର୍ଯ୍ୟାୟ ଛଟେଇ: ବିଭିନ୍ନ ବିଭାଗ ସହିତ ଠିକା କର୍ମଚାରୀଙ୍କୁ ବି ବିଦା କଲା କମ୍ପାନୀ

Published By : Prameya-News7 Bureau | March 04, 2025 IST

internet

ନୂଆଦିଲ୍ଲୀ: ଛଟେଇ ଜାରି ରଖିଛି ଇଲେକ୍ଟ୍ରିକ୍‌ ଗାଡ଼ି ନିର୍ମାତା କମ୍ପାନୀ ଓଲା। ଦ୍ୱିତୀୟ ପର୍ଯ୍ୟାୟରେ କମ୍ପାନୀ ୧୦୦୦ ରୁ ଅଧିକ କର୍ମଚାରୀ ଏବଂ ଠିକା କର୍ମଚାରୀଙ୍କୁ ଛଟେଇ କରୁଥିବା ଜଣାପଡ଼ିଛି। ମାତ୍ର ୫ ମାସ ମଧ୍ୟରେ ଏହା କମ୍ପାନୀ ଦ୍ୱିତୀୟ ଛଟେଇ। ବଢ଼ୁଥିବା କ୍ଷତିର ଭରଣା ପାଇଁ କମ୍ପାନୀ ଏପରି ନିଷ୍ପତ୍ତି ନେଉଥିବା ସୂଚନା ମିଳିଛି। 

ସୋମବାର ଦିନର ରିପୋର୍ଟ ଅନୁସାରେ, ଗତ ଥର କମ୍ପାନୀ ବିଭିନ୍ନ ବିଭାଗରୁ ଛଟେଇ କରିଥିଲା। ଏହା ପୂର୍ବରୁ ଓଲା ଗତବର୍ଷ ନଭେମ୍ବର ମାସରେ ୫୦୦ କର୍ମଚାରୀଙ୍କୁ ଛଟେଇ କରିଥିଲା।  ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା କମ୍ପାନୀର କର୍ମଚାରୀ ୪,୦୦୦ ଥିଲା। ବର୍ତ୍ତମାନର ଛଟେଇ ଓଲାର ମୋଟ କର୍ମଚାରୀଙ୍କ ଏକ ଚତୁର୍ଥାଂଶରୁ ଅଧିକ ହେବ। ଛଟେଇରେ ଠିକା କର୍ମଚାରୀଙ୍କୁ ମଧ୍ୟ ବିଦା କରାଯାଇଛି। କମ୍ପାନୀ ପୁନର୍ଗଠନ ପ୍ରୟାସରେ ଏହି ଛଟେଇ କରାଯାଇଛି।

 

କମ୍ପାନୀ ଖର୍ଚ୍ଚ ହ୍ରାସ କରିବା ପାଇଁ ଏହାର ଲଜିଷ୍ଟିକ୍ସ ଏବଂ ଡିଷ୍ଟ୍ରିବ୍ୟୁଟ ରଣନୀତିର ସଂଶୋଧନ କରିବା ସହିତ ଏହାର ଶୋ’ରୁମ୍ ଏବଂ ସର୍ଭିସ ସେଣ୍ଟରଗୁଡ଼ିକରେ ଫ୍ରଣ୍ଟ-ଏଣ୍ଡ ସେଲ୍ସ, ସର୍ଭିସ ଏବଂ ଗୋଦାମ କର୍ମଚାରୀଙ୍କୁ ମଧ୍ୟ ଛଟେଇ କରିଛି। ବ୍ୟବସାୟର ଆବଶ୍ୟକତା ଅନୁସାରେ ଛଟେଇର ଯୋଜନା କରାଯାଉଛି ବୋଲି ରିପୋର୍ଟରେ କୁହାଯାଇଛି। ତେବେ ଶେଷ ପର୍ଯ୍ୟାୟ ଛଟେଇ ନେଇ କମ୍ପାନୀ ପକ୍ଷରୁ କୌଣସି ସାଂଗଠନିକ ପ୍ରତିକ୍ରିୟା ଆସିପାରି ନାହିଁ। 

ପଢନ୍ତୁ- କମୁଛି କି ରିଲାଏନ୍ସର ଚମକ ? ବର୍ଷ କରେ ନିବେଶକମାନେ ହରାଇଲେଣି ଏତେ କୋଟି ଟଙ୍କା

ରିପୋର୍ଟ ଅନୁସାରେ ଓଲା ଇଲେକ୍ଟ୍ରିକ୍ ବର୍ତ୍ତମାନ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଛି। ଡିସେମ୍ବର ତ୍ରୈମାସିକ (ତ୍ରୈମାସିକ)ରେ କମ୍ପାନୀର କ୍ଷତିରେ ୫୦ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି। ଏହା ବାଦ୍ ଗତ କିଛି ମାସ ହେଲା ଆଇନକାନୁନ ଧନ୍ଧାରେ ପେଷି ହୋଇଛି କମ୍ପାନୀ। ବିଭିନ୍ନ ମାମଲା ନେଇ  ଭାରତର ବଜାର ନିୟାମକ ଏବଂ ଗ୍ରାହକ ସୁରକ୍ଷା କର୍ତ୍ତୃପକ୍ଷଙ୍କ ଓଲାରେ ଯାଞ୍ଚ କରିଛି। କେବଳ ସେତିକି ନୁହେଁ, କମ୍ପାନୀର ଆଇପିଓ ଆରମ୍ଭ ପରେ ଓଲା ଇଲେକ୍ଟ୍ରିକ୍‌ର ସେୟାର ୬୦ ପ୍ରତିଶତରୁ ଅଧିକ ହ୍ରାସ ପାଇଛି।

ସଦ୍ୟତମ ଅପଡେଟ୍‌ ଅନୁସାରେ ଓଲା ଇଲେକ୍ଟ୍ରିକ୍ ଫେବୃଆରୀ ମାସରେ ଏହାର ୨୫, ହଜାର ୟୁନିଟ୍‌ରୁ ଅଧିକ ଇଲେକ୍ଟ୍ରିକ୍ ସ୍କୁଟର ବିକ୍ରି କରିଥିଲା। ଯାହା ଭାରତୀୟ ଇ-ସ୍କୁଟର ବଜାରରେ ୨୮ ପ୍ରତିଶତ। ସରକାରଙ୍କ ବାହାନ (VAHAN) ପୋର୍ଟାଲର ତଥ୍ୟ ଅନୁଯାୟୀ, ଗତ ମାସରେ ବିକ୍ରି ହୋଇଥିବା ପ୍ରତି ତିନୋଟି ଓଲା ଇ-ସ୍କୁଟର ମଧ୍ୟରୁ କେବଳ ଗୋଟିଏରେ ସରକାରୀ ପଞ୍ଜିକୃତ ହୋଇଥିଲା।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.