‘ଆହୁରି ଲଢ଼ ନିଜ ଭିତରେ...’ ଦିଲ୍ଲୀ ଭୋଟ୍ ଗଣତି ବେଳେ ଓମର ଅବଦ୍ଦୁଲାଙ୍କ କଟାକ୍ଷ

Published By : Prameya-News7 Bureau | February 08, 2025 IST

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ମତଗଣନା ଜାରି । ଭୋଟିଂ ଟ୍ରେଣ୍ଡରେ ଭାରତୀୟ ଜନତା ପାର୍ଟି ଆଗରେ ରହିଛି । ବିଜେପି ୪୨ଟି ଆସନରେ ଆଗରେ ରହିଥିବା ବେଳେ ଆପ୍ ୨୮ଟି ସିଟରେ ଆଗୁଆ ରହିଛି । ଏହାରି ଭିତରେ ଦିଲ୍ଲୀ ଟ୍ରେଣ୍ଡକୁ ନେଇ ଆମ୍ ଆଦମୀ ପାର୍ଟିକୁ ଟାର୍ଗେଟ୍ କରିଛନ୍ତି ଜାମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫ୍ରେନ୍ସ ନେତା ଓମର ଅବଦ୍ଦୁଲ୍ଲା ।

ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ମହାଭାରତ ଧାରାବାହିକର ଏକ ସିନ୍‌କୁ ସେୟାର କରି ଲେଖିଛନ୍ତି,  ‘ଔର୍ ଲଡୋ ଆପସ ମୈ’ । ଏଥିରେ ସ୍ପଷ୍ଟ ହୋଇଛି ଯେ, ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀଙ୍କ କଟାକ୍ଷ କଂଗ୍ରେସ ଓ ଆପ୍‌ରୁ ଇଙ୍ଗିତ କରୁଛି । ଦିଲ୍ଲୀ ବିଧାନସଭା ନିର୍ବାଚନ ପୃଥକ ପୃଥକ ଭାବେ ଲଢ଼ିବାକୁ ନେଇ ଦୁଇ ଜାତୀୟସ୍ତର ରାଜନୈତିକ ପାର୍ଟିକୁ ଟାର୍ଗେଟ୍ କରିଛନ୍ତି ଓମର ଅବଦୁଲ୍ଲା ।  

ସେ କହିଛନ୍ତି, କଂଗ୍ରେସ ଏବଂ ଆପ୍ ‘ଇଣ୍ଡିଆ’ ବ୍ଲକ୍‌ରେ ସଦସ୍ୟ ରହିଛନ୍ତି  । ମାତ୍ର ଏକାଠି ନିର୍ବାଚନ ଲଢ଼ିବା ପାଇଁ ସହଯୋଗ କରୁନାହାନ୍ତି । ପ୍ରଥମେ ହରିୟଣା ଏବେ ଦିଲ୍ଲୀରେ କଂଗ୍ରେସ ଏବଂ ଆପ୍ ମଧ୍ୟରେ ବିରୋଧ ଦେଖିବାକୁ ମିଳିଥିଲା । ଇଣ୍ଡିଆ ବ୍ଲକର ଗୋଟିଏ ଦଳ ଅନ୍ୟ ଏକ ପାର୍ଟି ବିରୋଧରେ ପ୍ରାର୍ଥୀ ଦେବା ସହ ପ୍ରଚାର କରିଥିଲେ । ତେଣୁ ମେଣ୍ଟକୁ ଏଭଳି ପରାଜୟ ସାମ୍ନା କରିବାକୁ ପଡ଼ୁଛି । ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟି ଏହାର ଫାଇଦା ନେଉଛି ବୋଲି ଓମର ଅବଦ୍ଦୁଲା କହିଛନ୍ତି ।    

ଦିଲ୍ଲୀରେ ଫେବ୍ରୁଆରୀ ୫ ତାରିଖରେ ବିଧାନସଭା ନିର୍ବାଚନ ହୋଇଥିଲା । ମୋଟ୍ ୭୦ ବିଧାନସଭା ଆସନରେ ୬୯୯ ପ୍ରାର୍ଥୀଙ୍କ ପାଇଁ ମତାଧିକାର ସାବ୍ୟସ୍ତ କରିଛନ୍ତି ଭୋଟର । ରେଜଲ୍ଟ ପୂର୍ବରୁ ଏକ୍ସଜିଟ୍ ପୋଲ୍‌ରେ ବିଜେପି ସରକାର କରିବା ବୋଲି ବହୁ ମିଡିଆ ଏଜେନ୍ସି ଆକଳନ କରିଥିଲେ । ତେବେ ଆଜି ଭୋଟ୍ ଗଣତି ବେଳେ ମଧ୍ୟ ସମାନ ଜିନିଷ ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.