ସ୍କୁଟି ଉପରେ ଚଢ଼ିଗଲା ଟ୍ରକ, ଯୁବକ ମୃତ ଓ ଦୁଇ ଗୁରୁତର

Published By : Prameya-News7 Bureau | June 28, 2024 IST

ସୋର ୨୮/୦୬:  ସ୍କୁଟି ଉପରେ ଚଢ଼ିଗଲା ଟ୍ରକ ଘଟଣା ସ୍ଥଳରେ ଜଣେ ଯୁବକ ମୃତ l ଦୁଇ ଗୁରୁତର l ଗୁରୁତରଙ୍କୁ ସୋର ଡାକ୍ତରଖାନରେ ଭର୍ତ୍ତି  ଜାତୀୟ ରାଜପଥ ବରଫ କଳ ଠାରେ ଘଟିଛି ଦୁର୍ଘଟଣା l 

ଗୋଟିଏ ସ୍କୁଟି ଯୋଗେ ଖଇରା ବ୍ଲକ ଡାଲଙ୍ଗ ଗ୍ରାମର ଉମେଶ ପୃଷ୍ଟି, ଶୁଭଙ୍କର ପାତ୍ର ଓ ସୋର ଥାନା ଆଟପୁର ଗ୍ରାମର ଭରତ ମହାରଣା ବାଲିଆପାଳରୁ କୀର୍ତ୍ତନ ସାରି ଫେରୁଥିବା ବେଳେ ସୋର ବରଫ କଳ ଠାରେ ଏକ ଟ୍ରକ ଭାରସାମ୍ୟ ହରାଇ ସ୍କୁଟି ଉପରେ ଚଢି ଯିବାରୁ ଘଟଣା ସ୍ଥଳରେ ଉମେଶର ମୃତ୍ୟୁ ହୋଇଯାଇଥିଲା l 

ଆହତ ଭରତ ଓ ଶୁଭଙ୍କରକୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ଦୁର୍ଘଟଣା ଖବର ପାଇ ମୃତକ ଓ ଆହତଙ୍କ ପରିବାର ଲୋକ ଡାକ୍ତରଖାନାରେ ପହଞ୍ଚିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.