ପାଗଳ ଷଣ୍ଢ ଆକ୍ରମଣରେ ଜଣେ ମୃତ, ୩ ଆହତ

Published By : Prameya-News7 Bureau | July 03, 2024 IST

ସାଲେପୁର:  ପାଗଳ ଷଣ୍ଢ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ  ତିନି ଆହତ ହୋଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଥାନା ଚମାରିଗୋଳ ଗ୍ରାମରେ। ଆହତଙ୍କୁ କଟକ ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି।  ପାଗଳ ଷଣ୍ଢର ଦ୍ରୌରାତ୍ମ୍ୟକୁ ନେଇ ଅଞ୍ଚଳରେ ଭୟର ମାହୋଲ ଲାଗି ରହିଛି। 

ଆହତମାନେ ହେଲେ ଚମାରିଗୋଳ ଗ୍ରାମର ପ୍ରଭଞ୍ଜନ ଦାଶ କୈବଲ୍ୟ ରାଉତ ଓ ଲକ୍ଷ୍ମୀଧର ନାୟକ।  ମୃତକ ହେଲେ କଟକ ଜିଲ୍ଲା ସାଲେପୁର ଥାନା ଚମାରିଗୋଳ ଗ୍ରାମର ବୃଦ୍ଧ ପ୍ରସନ୍ନ କୁମାର ଦାଶ। ପ୍ରସନ୍ନ କୁମାର ଦାଶ କଟକ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁହୋଇଥିବା ସୂଚନା ମିଳିଛି। ପାଗଳ ଷଣ୍ଢ କିଛି ଦିନ ହେବ ଚମାରିଗୋଳ ଅଞ୍ଚଳରେ ଆତଙ୍କ ଖେଳାଇଥିବା ବେଳେ ପ୍ରଶାସନ ପକ୍ଷରୁ ତୁରନ୍ତ ଷଣ୍ଢଟିକୁ କାବୁ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.