ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ସୋଆ ବିଶ୍ଵ ବିଦ୍ୟାଳୟର ପ୍ରତିଷ୍ଠାତା, ଶିକ୍ଷା ଓ ସ୍ଵାସ୍ଥ୍ୟ କ୍ଷେତ୍ର ବିଷୟରେ କଲେ ଆଲୋଚନା

Published By : Prameya-News7 Bureau | July 03, 2024 IST

ଭୁବନେଶ୍ଵର: ଆଜି  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ସୋଆ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକ । ଏହି ଅବସରରେ ବିକଶିତ ଓଡ଼ିଶା ପାଇଁ ରାଜ୍ୟର ଶିକ୍ଷା ଓ ସ୍ବାସ୍ଥ୍ୟ ସ୍ଥିତିର ଆବଶ୍ୟକତା ଉପରେ ଆଲୋକପାତ କରିବା ସହ କିଭଳି  ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ଏଥିପାଇଁ ସହାୟକ ହୋଇପାରିବ ତାହା ଉପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।  

ସାକ୍ଷାତ ବେଳେ ଏଥି ସହ ଘରୋଇ ସଂସ୍ଥାର ଭୂମିକା ଓ ସରକାରଙ୍କ ମଧ୍ୟରେ ସୁସମ୍ପର୍କ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ସିଙ୍ଗଲ ଓ୍ବିଣ୍ଡୋର ବର୍ତ୍ତମାନର କାର୍ଯ୍ୟଧାରା ଓ କିଭଳି ବିନା ବିଳମ୍ବରେ ଲୋକଙ୍କ ପାଖରେ ସୁବିଧା ପହଞ୍ଚିପାରିବ ଓ ଏହା କିଭଳି ତ୍ବରାନ୍ବିତ ହେବ ସେ ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ସୋଆ ପ୍ରତିଷ୍ଠାତା ସଭାପତି ମନୋଜ ରଞ୍ଜନ ନାୟକ । ଏହି ସମୟରେ IMS &  ସମ୍ ହସ୍ପିଟାଲର ବରିଷ୍ଠ ଚିକିତ୍ସକ ଡାକ୍ତର ବସନ୍ତ କୁମାର ପତି ମଧ୍ୟ ଉପସ୍ଥିତ ଥିଲେ । 


ସୂଚନାଯୋଗ୍ୟ, ରାଜ୍ୟରେ ଶିକ୍ଷା ଓ ସ୍ଵାସ୍ଥ୍ୟ କ୍ଷେତ୍ରରେ ସୋଆ ଓ ସମ୍ ହସ୍ପିଟାଲ୍‌ରର ଉଲ୍ଲେଖନୀୟ ଯୋଗଦାନ ରହି ଆସିଛି। ଲୋକଙ୍କୁ ଉନ୍ନତମାନର ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସମ୍ ହସ୍ପିଟାଲର ତିନୋଟି କ୍ୟାମ୍ପସ ପ୍ରୟାସରତ ରହିଛି। ନିକଟରେ ବ୍ରହ୍ମପୁର ଶୀତଳାପଲ୍ଲୀ ନିକଟରେ ସମ୍‌ର ତୃତୀୟ କ୍ୟାମ୍ପସ କାର୍ଯ୍ୟକ୍ଷମ ହୋଇ ସାରିଛି। ଏଥିସହ ଗବେଷଣା କ୍ଷେତ୍ରରେ ସୋଆ ବିଶ୍ଵ ବିଦ୍ୟାଳୟ ରାଜ୍ୟ ସହ ଦେଶରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି। ଶିକ୍ଷା ଏବଂ ସ୍ଵାସ୍ଥ୍ୟ କ୍ଷେତ୍ରର ଅନେକ ମାନଦଣ୍ଡରେ ଅନେକ ସ୍ତରରେ ପୁରସ୍କୃତ ହେବା ସହ ଦେଶରେ ଭଲ ରାଙ୍କିଙ୍ଗ ରହିଛି। ବହୁ ଦୁରାଗ୍ୟ ରୋଗର ସଫଳ ଉପଚାରରେ ସମ ରାଜ୍ୟରେ ନୂତନ ଅଧ୍ୟାୟ ମଧ୍ୟ ସୃଷ୍ଟି କରି ସାରିଛି। ଅନେକ ଜଟିଳ ଅସ୍ତ୍ରୋପଚାର କରି ଅନେକ ରୋଗୀଙ୍କୁ ନୂତନ ଜୀବନ ଦେବା ସହ ସାଧାରଣ ଜନତାଙ୍କ ବିଶ୍ଵାସଭାଜନ ହୋଇ ପାରିଛି ପ୍ରଫେସର ଡ.ମନୋଜରଞ୍ଜନ ନାୟକଙ୍କ ଦ୍ଵାରା ସ୍ଥାପିତ ସମ୍ ହସ୍ପିଟାଲ୍। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.