ହାଣ୍ଡିଆ ପିଉଥିବା ବେଳେ ଫୁଟିଲା ଗୁଳି, ଜଣେ ଆହତ

Published By : Prameya-News7 Bureau | April 29, 2025 IST

ସୁନ୍ଦରଗଡ଼ ୨୯ସୁନ୍ଦରଗଡ଼ ରାଜଗାଙ୍ଗପୁରରେ ଫୁଟିଲା ଗୁଳି । ଗୁଳିମାଡ଼ରେ ଜଣେ ଆହତ ହୋଇଛନ୍ତି । ରାଜଗାଙ୍ଗପୁର ବାଣ୍ଟୁ ପଡାରେ ସାଙ୍ଗ ହୋଇ ହାଣ୍ଡିଆ ପିଉଥିବା ବେଳେ ଗୁଳି ମାଡ ହୋଇଛି । ସାଙ୍ଗ ସାଙ୍ଗ ମଧ୍ୟରେ କୌଣସି କଥାକୁ ନେଇ ଏହି ଗୁଳିକାଣ୍ଡ ଘଟଣା ଘଟିଥିବା ଅନୁମାନ କରାଯାଉଥିବା ବେଳେ ଏହାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଆହତ ଜଣଙ୍କୁ ରାଉରକେଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।  ପୋଲିସ ଘଟଣାର  ତଦନ୍ତ ଜାରି ରଖିଛି । ଆହତ ଯୁବକ ଜଣଙ୍କ ହେଉଛନ୍ତି ଇଦଗା ମହଲ୍ଲା ଗ୍ରାମର ମହମ୍ମଦ ସମସେଦ ।

You Can Read:

ଭିଜିଲାନ୍ସ ହାବୁଡ଼ରେ ଢେଙ୍କାନାଳ ଜିଲ୍ଲା ଅବକାରୀ ଅଧୀକ୍ଷକ, ୩ ଲକ୍ଷ ଟଙ୍କା ସହ ଧରାପଡିଲେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.