ସୀମାନ୍ତରେ ଯବାନ-ମାଓବାଦୀ ଗୁଳିବିନିମୟ, ଏନ୍‌କାଉଣ୍ଟରରେ ଜଣେ ମାଓବାଦୀ ନିହତ

Published By : Prameya-News7 Bureau | June 25, 2024 IST

ମାଲକାନଗିରି ୨୫।୬: ମାଲକାନଗିରି ସୀମାନ୍ତ ଛତିଶଗଡ ଧମତରି ଜିଲ୍ଲା ଖାଲାରୀ ଥାନା ଅନ୍ତର୍ଗତ ମୁହଁକୋଟ-ଆମଜହର ଜଙ୍ଗଲରେ ସୁରକ୍ଷାକର୍ମୀ ଓ ନକ୍ସଲପନ୍ଥିଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଯବାନଙ୍କ ଗୁଳିରେ ଜଣେ ହାର୍ଡକୋର ମାଓବାଦୀ ପ୍ରାଣ ହରାଇଛନ୍ତି । ଧମତରୀ ଏସ.ପି. ଆଞ୍ଜେନେୟ ବୈଷ୍ଣୟ ନିଜେ ଏହି ନକ୍ସଲ ବିରୋଧୀ ଅପରେସନରେ ସାମିଲ ହୋଇଥିଲେ । 

ଜଙ୍ଗଲ ଭିତରେ ଲୁଚି ରହିଥିବା ମାଓବାଦୀମାନେ ପ୍ରଥମେ ଯବାନଙ୍କ ଉପରେ ଗୁଳି ଚାଳନା କରିଥିଲେ । ପରେ ଏହାର ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ  । ପ୍ରାୟ ଏକ ଘଣ୍ଟା ଧରି ଗୁଳିବିନିମୟ ହେବା ପରେ ଯବାନମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଜଣେ ମାଓବାଦୀଙ୍କ ମୃତଦେହ ଠାବ କରିବା ସହ ଗୋଟିଏ SLR ବନ୍ଧୁକ,  ମାଗାଜିନ୍ ଏବଂ ୮ଟି କାର୍ଟ୍ରିଜ୍, କର୍ଡେକ୍ସ ତାର ଓ ନକ୍ସଲ ଉପକରଣ, ମୋବାଇଲ୍ ଫୋନ୍ ଏବଂ ଦୈନନ୍ଦିନ ବ୍ୟବହାରର ଅନେକ ଜିନିଷ ଜବତ କରାଯାଇଛି । ମୃତ ନକ୍ସଲ ଅରୁଣ ମାଣ୍ଡାଭି ଓ ସେ ସୀତାନଦୀ ଏରିଆ କମିଟି କମାଣ୍ଡର ବୋଲି ପୋଲିସ କହିଛି । ମୃତ ନକ୍ସଲଙ୍କ ମୁଣ୍ଡ ଉପରେ ଛତିଶଗଡ ସରକାର ପୂର୍ବରୁ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ ।

You Can Read :

ଶୌଚ ପାଇଁ ଯାଇଥିଲେ ମହିଳା, ହାତୀ ହାବୁଡରେ ପଡି ଚାଲିଗଲା ଜୀବନ

 

  • Encounter
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.