ଶୌଚ ପାଇଁ ଯାଇଥିଲେ ମହିଳା, ହାତୀ ହାବୁଡରେ ପଡି ଚାଲିଗଲା ଜୀବନ

Published By : Prameya-News7 Bureau | June 25, 2024 IST

ତେଲକୋଇ ।୬: ମହିଳାଙ୍କୁ ଶୁଣ୍ଢରେ କଚାଡି ମାରିଲା ଦନ୍ତା । କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଦୋବଳାପାଳ ଫରେଷ୍ଟ ବିଟ୍ କଳାପୋଖରୀ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । 

ସୂଚନାଯୋଗ୍ୟ ଯେ, ସୋମବାର ସନ୍ଧ୍ୟା ସମୟରେ ଗାଁର ମୁନି କିଶାନ ଶୌଚ ହେବାପାଇଁ ଘର ନିକଟ ଜମିକୁ ଯାଇଥିଲେ । ଅନ୍ଧାର ହେତୁ ହାତୀ ଥିବା ସେ ଜାଣିପାରି ନଥିଲେ । ତିନି ଟିକିଆ ହାତୀ ପଲରେ ଥିବା ଦନ୍ତା ଆସି ମୁନିଙ୍କୁ ଶୁଣ୍ଢରେ କଚାଡି ଦେବା ପରେ ଛାତିରେ ମାଡି ଦେଇଥିଲା । ଫଳରେ ମୁନିଙ୍କ ଛାତି ଫାଟି ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ମୁନିଙ୍କ ମୃତ୍ୟୁ ପରେ ମଧ୍ୟ ଦନ୍ତା ଶବକୁ ଛାଡି ଯାଇନଥିଲା । ଗ୍ରାମବାସୀ ଏକାଠି ହୋଇ ହୋହଲ୍ଲା କରବା ପରେ ପ୍ରାୟ ବିଳମ୍ବିତ ରାତିରେ ଦନ୍ତା ଶବକୁ ଛାଡି ଯିବା ପରେ ମୃତଦେହ ନିକଟକୁ ପରିବାର ଲୋକେ ଯାଇଥିଲେ । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତେଲକୋଇ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ତେବେ ବନ ବିଭାଗ ହାତୀ ପଲକୁ ନିରୀକ୍ଷଣ କରି ଗାଁ ନିକଟରୁ ଘଉଡାଇବାରେ ବିଫଳ ହୋଇଥିବାରୁ ବାରମ୍ବାର ଏଭଳି ଘଟଣା ଘଟୁଥିବା ଲୋକେ ଅଭିଯୋଗ କରିଥିଲେ । 

You Can Read :

କୁଳଡିହାରେ ହାତୀ ଆକ୍ରମଣ : ମହିଳାଙ୍କ ଶୁଣ୍ଢରେ କଚାଡି ମାରିଲା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.