ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା, ତାରିଣୀ ମନ୍ଦିର ବିକାଶ ପାଇଁ ୫୦ କୋଟିର ଅନୁଦାନ

Published By : Prameya-News7 Bureau | June 23, 2024 IST

କେନ୍ଦୁଝର ୨୩।୦୬ : ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଝଲସିବ ମା ତାରିଣୀ ପୀଠ । କେନ୍ଦୁଝର ଜିଲ୍ଲା ଘଟଗାଁ ତାରିଣୀ ମନ୍ଦିର ପାଇଁ ୫୦ କୋଟିର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାରିଣୀ ପୀଠ ବୁଲିବା ପରେ ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।ଆଗାମୀ ଦିନରେ ତାରିଣୀ ପୀଠକୁ କରାଯିବା ଜାତୀୟ ପର୍ଯ୍ୟଟନସ୍ଥଳୀ । ଆଉ ଜାତୀୟ ମାନ୍ୟତା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ ବି କରିବେ ରାଜ୍ୟ ସରକାର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । 

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯାଇଛନ୍ତି। ଦିନ ୧୧ଟାରେ ଘଟଗାଁ ହାଇସ୍କୁଲରେ ନିର୍ମିତ ହେଲିପ୍ୟାଡରେ ଅବତରଣ କରିଥିଲେ । ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ କେନ୍ଦୁଝରବାସୀ। ପରେ ଘଟଗାଁରେ ବିଶାଳ ରୋଡ଼ ସୋ କରିଥିଲେ ମୁଖ୍ୟମନ୍ତ୍ରୀ। ମା ତାରିଣୀଙ୍କ ପୀଠରେ ପହଞ୍ଚିବା ପରେ ସେ ଭୋଗ ଦୋକାନରୁ ଭୋଗ କିଣିଥିଲେ। ଆଉ ଦୋକାନୀଙ୍କ ଭଲମନ୍ଦ ମଧ୍ୟ ବୁଝିଲେଥିଲେ। ସେଠାରେ ମନ୍ଦିର ବେଢ଼ା ପରିର୍ଶନ କରିବା ସହ ମା ତାରିଣୀଙ୍କୁ ଦର୍ଶନ କରିଥିଲେ। ଏହାପରେ ପୀଠ ଉନ୍ନତିକରଣ ପାଇଁ ୫୦ କୋଟିର ଅନୁଦାନ ରାଶି ଘୋଷଣା କରିବା। କେନ୍ଦ୍ର ନିକଟରେ ତାରିଣୀ ପୀଠକୁ ଜାତୀୟ ମାନ୍ୟତା ପାଇଁ ଅନୁରୋଧ କରିବେ ବୋଲି ଘୋଷଣା କରିଥିଲେ।

ସେହିପରି ୨୪ ତାରିଖ ସକାଳ ୧୦ଟା ୩୦ ମିନିଟ୍‌  ସମୟରେ ହେଲିକପ୍ଟର ଯୋଗେ ନିଜ ଗ୍ରାମ ରାଇକଳା ଅଭିମୁଖେ ଯାତ୍ରା କରିବେ । ଝୁମ୍ପୁରା ବ୍ଲକ୍‌ ଦୁର୍ଗା ପଡ଼ିଆଠାରେ ଜନସମାବେଶକୁ ସମ୍ବୋଧିତ କରିବା ସହିତ ବିଭିନ୍ନ ସଙ୍ଗଠନ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବେ ବୋଲି ଜଣାପଡ଼ିଛି । ଅପରାହ୍ନ ୨ଟା ୪୫ ମିନିଟ୍‌ରେ ସଡ଼କ ପଥରେ ରାଇକଳା ନିଜ ଗ୍ରାମରେ ପହଞ୍ଚିବା ପରେ ମଧ୍ୟାହ୍ନଭୋଜନ ନିଜ ଘରେ କରିବେ । ରାଇକଳାରେ ଲୋକମାନଙ୍କ ସହିତ ଭାବ ବିନିମୟ କରିବା ପରେ ଅପରାହ୍ନ ୫ଟାରେ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.