ବାଇକ୍‌କୁ ପିଟିଲା ବୋଲେରୋ : ଆରୋହୀ ମୃତ, ଆଉ ଜଣେ ଗୁରୁତର

Published By : Prameya-News7 Bureau | June 27, 2024 IST

ଆନନ୍ଦପୁର ୨୭।୦୬ : କରଞ୍ଜିଆ ରାସ୍ତା ନାକଝରି ବାଙ୍କ ନିକଟରେ ଦୁର୍ଘଟଣା । ବୋଲେରୋ ଧକ୍କାରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ବାକି ବାଇକରେ ବସିଥିବା ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ଖବର ଅନୁଯାୟୀ, ଗୋଡ଼ଭଙ୍ଗା ଗାଁର କ୍ଷୀରୋଦ ସାମାଡ଼ା ନାମକ ଯୁବକ ନିଜ ସାଙ୍ଗ ସହିତ ବାଇକ ଯୋଗ ସାତକୋଶିଆ ବଜାରକୁ ଯାଉଥିଲେ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ବୋଲରୋ ତାଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା । ଯାହାଫଳରେ କ୍ଷୀରୋଦ ଓ ତାଙ୍କ ସାଙ୍ଗ କିଛି ଦୂରରେ ଛିଟିକି ପଡିଥିବା ବେଳେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଅନ୍ୟ ଗୁରୁତର ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । 

ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ଘଟଣାସ୍ଥଳରେ ଉତ୍ତେଜନାକୁ ଦେଖି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି । 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.