ପାଟଣା ରେଞ୍ଜରେ ହାତୀ ଆତଙ୍କ, ଘରଦ୍ୱାର ଭାଙ୍ଗି ଖାଇଗଲେ ଧାନ ଚାଉଳ

Published By : Prameya-News7 Bureau | June 27, 2024 IST

ପାଟଣା ।୬: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ଅଞ୍ଚଳରେ କିଛି ଦିନ ହେବ ଝାଡଖଣ୍ଡୀ ହାତୀ ପଲଙ୍କ ଉପଦ୍ରବ ଜାରି ରହିଛି । ହାତୀ ପଲ ଦିନ ବେଳା କରଞ୍ଜିଆ ରେଞ୍ଜରେ ରହୁଥିବା ବେଳେ ସନ୍ଧ୍ୟା ହେଲେ ସାହାରପଡା ସେକ୍ସନକୁ ପ୍ରବେଶ କରି ରାତି ସାରା ଆତଙ୍କ ଖେଳାଉଛନ୍ତି । ବିଳମ୍ବିତ ରାତିରେ ହାତୀ ପଲ ଜାରକାଣିବେଡା ଗ୍ରାମର ପ୍ରତାପ ନାଏକ, ଭୁବନ ନାଏକ ଏବଂ କମଳା ନାଏକଙ୍କ ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ସହ ଆସବାବପତ୍ର ଦଳିଚକଟି ନଷ୍ଟ କରିଛନ୍ତି । ଏଥିସହ ଚଢେଇଭୋଳ ଗ୍ରାମର କଂଗ୍ରେସ ମାଝୀଙ୍କ ଘର ମଧ୍ୟ ଭାଙ୍ଗି ଦେଇଛନ୍ତି । ପରିବାର ଲୋକେ ଘରେ ଶୋଇଥିବା ବେଳେ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏହି ହାତୀ ପଲରେ ୧୧ଟି ମାଈ ହାତୀ ଥିବା ବେଳେ ୯ଟି ଦନ୍ତା ଏବଂ ୭ଟି ଛୁଆ ହାତୀ ରହିଛନ୍ତି । ଏବେ ହାତୀ ପଲ ରେଙ୍ଗାଳବେଡା ଗାଁ ନିକଟ ପୁରୁଣାପାଣି ସଂରକ୍ଷିତ ଜଙ୍ଗଲରେ ଡେରା ପକାଇଛନ୍ତି । ଗାଁ ନିକଟରେ ହାତୀ ପଲ ବୁଲୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବନ ବିଭାଗ ହାତୀ ପଲଙ୍କ ଉପରେ ନଜର ରଖିଛି । 

You Can Read :

ସେଫ୍ ସିଟି ଡ୍ରାଇଭ୍ ଅଭିଯାନ ଜୋରଦାର, ବିଭିନ୍ନ ହୋଟେଲରେ କମିଶନରେଟ୍ ପୋଲିସର ଚେକିଂ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.