କୁଳଡିହାରେ ହାତୀ ଆକ୍ରମଣ : ମହିଳାଙ୍କ ଶୁଣ୍ଢରେ କଚାଡି ମାରିଲା

Published By : Prameya-News7 Bureau | June 25, 2024 IST

ନୀଳଗିରି ।୬: ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ । ଶୁଣ୍ଢରେ କଚାଡି ଦେବାରୁ ମହିଳାଙ୍କ ମୃତ୍ୟୁ ହୋଇଛି । ବାଲେଶ୍ବର ଜିଲ୍ଲା କୁଳଡିହାରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ ଶ୍ରୀଦେଇପୁର ଗ୍ରାମରେ ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଛି । ବାହାରକୁ ଉଠିଥିବା ବେଳେ ହାତୀ ଶୁଣ୍ଢରେ କଚାଡି ଦେବାରୁ ମହିଳାଙ୍କ ମୃତ୍ୟୁ ହୋଇଛି । ସୋମବାର ବିଳମ୍ବିତ ରାତିରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ମୃତକ ପୂର୍ଣ୍ଣଚନ୍ଦ୍ର ଦେହୁରୀଙ୍କ ସ୍ତ୍ରୀ ପୁନ୍ତି ଦେହୁରୀ ବୋଲି ଜଣାପଡିଛି । ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

You Can Read :

ମୌସୁମୀ ବର୍ଷାରେ ନାହିଁ ଖୋଜଖବର : ରାଜ୍ୟରେ ନିଅଣ୍ଟିଆ ବର୍ଷା, ମୁଣ୍ଡରେ ହାତ ଦେଲେଣି ଚାଷୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.