ବନ୍ଦ ଘରୁ ବଙ୍ଗୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସହଯୋଗୀ ଫେରାର

Published By : Prameya-News7 Bureau | June 24, 2024 IST

ବାଲେଶ୍ବର ୨୪।୬: ବନ୍ଦ ଘରୁ ବଙ୍ଗୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ବାଲେଶ୍ଵର ଜିଲ୍ଲା ତାଳସାରୀ ସାମୁଦ୍ରିକ ଥାନା ଅନ୍ତର୍ଗତ ସାହାବାଜିପୁର ଗ୍ରାମରେ ଘର ଭଡ଼ା ନେଇ ରହୁଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ବନ୍ଦ କୋଠରୀ ଭିତରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।

ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ସିନ୍ଦ୍ରାଣୀ ଥାନା ଅନ୍ତର୍ଗତ କୁଠିବାଡ଼ି ଗ୍ରାମର ୩୫ ଯୁବକ ମନୋଜିତ ହାଲଦାର ଓ ପୂର୍ବ ମେଦିନୀପୁର ଜିଲ୍ଲାର ଲଛୁବର ଗ୍ରାମର ୩୦ ବର୍ଷ ବୟସ୍କ ଶିବପ୍ରସାଦ ଦାସ ସାହାବାଜିପୁର ଗ୍ରାମରେ ଘର ଭଡ଼ା ନେଇ ରହୁଥିଲେ । ବିଭିନ୍ନ ସମୟରେ ଯୁବତୀ ମାନଙ୍କୁ ସ୍ଥାନୀୟ ଅଞ୍ଚଳରେ ଥିବା ହୋଟେଲ ମାନଙ୍କରେ ଅନୈତିକ କାର୍ଯ୍ୟରେ ଲିପ୍ତ କରାଉଥିଲେ । ମାତ୍ର ଶନିବାର ମନୋଜିତଙ୍କ ସହଯୋଗୀ ଶିବପ୍ରସାଦ କେଉଁଆଡ଼େ ଚାଲି ଯାଇଥିବା ବେଳେ ରବିବାର ସକାଳେ ଘର ମାଲିକାଣି ମନୋଜିତଙ୍କ ଝୁଲନ୍ତା ମୃତଦେହ ଦେଖି ସ୍ଥାନୀୟ ତାଳସାରି ସାମୁଦ୍ରିକ ଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ତାଳସାରୀ ସାମୁଦ୍ରିକ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବନ୍ଦ କୋଠରୀ ଭିତରୁ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ଭୋଗରାଇ ଅତିରିକ୍ତ ତହସିଲଦାର ଚୈତନ୍ୟ ପ୍ରସାଦ ମୁର୍ମୁଙ୍କ ଉପସ୍ଥିତିରେ ଘରର କବାଟ ଖୋଲି ଶବକୁ ଜବତ କରିବା ସହ ୦୩/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

You Can Read :

ବାଲେଶ୍ବରରେ ଖୋଲିବ ସ୍କୁଲ-କଲେଜ, ଉପଲବ୍ଧ ହେବ ଇଣ୍ଟରନେଟ୍ ସେବା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.