ବାଲେଶ୍ବରରେ ଖୋଲିବ ସ୍କୁଲ-କଲେଜ, ଉପଲବ୍ଧ ହେବ ଇଣ୍ଟରନେଟ୍ ସେବା

Published By : Prameya-News7 Bureau | June 24, 2024 IST

ବାଲେଶ୍ବର ୨୪।୬: ଧୀରେ ଧୀରେ ସ୍ବାଭାବିକ ହେଉଛି ବାଲେଶ୍ବର ସହରର ସ୍ଥିତି । ସୋମବାର ସହରର ସମସ୍ତ ସ୍କୁଲ କଲେଜ ଖୋଲିବ । ଆଉ ମୋବାଇଲର ଇଣ୍ଟରନେଟ୍ ସେବା ଉପଲବ୍ଧ ହେବ । ତେବେ ସହରରେ କର୍ଫ୍ୟୁ ବଳବତ୍ତର ରହିଛି ।

ସୋମବାର ସକାଳ ୫ଟାରୁ ରାତି ୯ଟା ଯାଏଁ ସହଦେବଖୁଣ୍ଟା ଥାନା ଅଞ୍ଚଳରେ କର୍ଫ୍ୟୁ କୋହଳ ରହିବ । 

ତେବେ ବାଲେଶ୍ବର ଟାଉନ ଥାନା ଅଞ୍ଚଳରେ ସକାଳ ୫ଟାରୁ ଦିନ ୨ଟା ଯାଏଁ କର୍ଫ୍ୟୁ କୋହଳ ରହିବ । ଏହି ସମୟ ଭିତରେ ସ୍କୁଲ-କଲେଜ ଖୋଲା ରହିବ । ବାଲେଶ୍ବର ସହରରେ ଗୋଷ୍ଠୀ ସଂଘର୍ଷକୁ ନେଇ ସୋସିଆଲ ମିଡିଆରେ ମିଥ୍ୟା ଗୁଜବ ପୋଷ୍ଟ କରିଥିବା ଅପରାଧରେ ଜଣଙ୍କୁ ଗିରଫ କରାଯାଇଛି । ନାଇଟ୍  କର୍ଫ୍ୟୁ କଡାକଡି ପାଳନ କରାଯିବ ବୋଲି ବାଲେଶ୍ବର ଜିଲ୍ଲାପାଳ ଓ ଏସ୍‌ପି ରବିବାର ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଥିଲେ । 

You Can Read :

ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନର ଦ୍ଵିତୀୟ ଦିନ, ଚତୁର୍ଭୁଜ ନାରାୟଣଙ୍କୁ ଦର୍ଶନ କରୁଛନ୍ତି ଭକ୍ତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.