କମିଛି ବନ୍ୟାଜଳ, ତଥାପି ପାଣି ଘେରରେ ଭୋଗରାଇର ୫୦ରୁ ଅଧିକ ଗାଁ

Published By : Prameya-News7 Bureau | September 22, 2024 IST

ଭୋଗରାଇ ୨୨।୦୮: ସୁବର୍ଣ୍ଣରେଖା ନଦୀର ବନ୍ୟାଜଳ କମିଛି । ତଥାପି ପାଣି ଘେରରେ ରହିଛି ଭୋଗରାଇର ୫୦ ରୁ ଅଧିକ ଗାଁ। ବନ୍ୟା ବିପନ୍ନଙ୍କ ପାଖକୁ ଶୁଖିଲା ଖାଦ୍ୟ ପହଞ୍ଚିଥିବା ବେଳେ ରନ୍ଧା ଖାଦ୍ୟ ପହଞ୍ଚିନି । ତଳିଆ ଅଞ୍ଚଳରେ ଏବେ ବି ରାସ୍ତା ଉପରେ ବହୁଛି ୪ ଫୁଟର ପାଣି।

ଚାଷ ଜମିରୁ ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା କରାଗଲେ ଗାଁ ଗୁଡିକରୁ ଅତି ଶୀଘ୍ର ପାଣି ଶୁଖିବ ବୋଲି କୁହାଯାଉଛି। ବନ୍ୟା ଛାଡିଛି ହେଲେ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ବଢିଯାଇଛି । କାହାର ଘର ଭାଙ୍ଗି ଛି ତ ଆଉ କାହାର ଚାଷ ଉଜାଡିଛି। ସୁବର୍ଣ୍ଣରେଖାର ବନ୍ୟା ଫଳରେ ବାଲେଶ୍ଵର ଜିଲ୍ଲାର ୫ଟି ବ୍ଲକର ୧୪୧ଟି ଗାଁ ପ୍ରଭାବିତ ହୋଇଛି। ବିଶେଷ କରି ଜଳେଶ୍ଵର ବ୍ଲକର ୮ଟି ପଞ୍ଚାୟତ, ବସ୍ତା ବ୍ଳକର ୪ଟି ପଞ୍ଚାୟତ ,ବାଲିଆପାଳ ବ୍ଲକର ୯ଟି ପଞ୍ଚାୟତ ପ୍ରଭାବିତ ହୋଇଛି। ହଜାର ହଜାର ହେକ୍ଟର ଚାଷଜମିରେ ଏବେ ବି ୩ରୁ ୪ ଫୁଟ ଉଚ୍ଚତାରେ ପାଣି ରହିଛି। ଫଳରେ ଫସଲ ନଷ୍ଟ ହୋଇଯାଇଛି। ଯହାକୁ ନେଇ ଚାଷୀ ଚିନ୍ତାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.