ସୁବର୍ଣ୍ଣରେଖା ନଦୀରେ ବଡ଼ ବନ୍ୟା, ରାଜଘାଟ ଠାରେ ୧୧.୫୫ ମିଟରରେ ପ୍ରବାହିତ ଜଳସ୍ତର

Published By : Prameya-News7 Bureau | September 18, 2024 IST

ଭୁବନେଶ୍ବର ୧୮।୯: ସୁବର୍ଣ୍ଣରେଖା ନଦୀରେ ବଡ ବନ୍ୟା । ରାଜଘାଟ ଠାରେ ବିପଦ ସଙ୍କେତ ୧୦.୩୬ ମିଟର ଥିଲା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୧୧.୫୫ ମିଟରରେ ପ୍ରବାହିତ ହେଉଛି । ଜଳେଶ୍ଵର, ବାଲିଆପାଳ, ଭୋଗରାଇ ବ୍ଲକ୍‌ର ୧୦ରୁ ଅଧିକ ପଞ୍ଚାୟତର ୩୦ରୁ ଅଧିକ ଗାଁର ପଶିଛି ବନ୍ୟା ପାଣି । ଭୟଭୀତ ଅବସ୍ଥାରେ ତଳିଆ ଅଞ୍ଚଳ ବାସୀ । ଜଳେଶ୍ଵର ବ୍ଲକର ମାକିଡିଆ, ଖୁଦିଆ ମାଝିସାହି, ଦକ୍ଷିଣ ପ୍ରହରାଜପୁର, ଶ୍ରୀରାମପୁର, ପଶ୍ଚିମବାଡ, ଝାଡପିମ୍ପଳ, ବାଇଗଣବାଡିଆ, ବାଲିଆପାଳ ବ୍ଲକର ଅସ୍ତି, ବାଲିପାଳ, ଜାମକୁଣ୍ଡା, ମଧପୁରା, ବିଷ୍ଣୁପୁର ପଞ୍ଚାୟତରେ ୩୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ହଜାର ହଜାର ହେକ୍ଟର ଚାଷ ଜମିରେ ଲହଡ଼ି ମାରୁଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସଜାଗ ରହିଥିବା ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ବୋଟ୍‌ର ବ୍ୟବସ୍ଥା କରାଯାଇଛି ।

You Can Read:

ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ଆକ୍ରମଣ : ବଦଳିଲେ ଭରତପୁର IIC ଓ ASI, କନଷ୍ଟେବଲଙ୍କୁ ବି ବଦଳି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.