ସୁବର୍ଣ୍ଣରେଖାରେ ପ୍ରଥମ ବନ୍ୟା ଜଳ, ଭୋଗରାଇର ବିଭିନ୍ନ ଅଞ୍ଚଳ ଜଳମଗ୍ନ

Published By : Prameya-News7 Bureau | September 17, 2024 IST

ଭୋଗରାଇ ୧୭।୯: ଚଳିତ ବର୍ଷ ସୁବର୍ଣ୍ଣରେଖା ନଦୀରେ ପ୍ରଥମ ବନ୍ୟା ଜଳ । ସୋମବାର ରାତି ସୁଦ୍ଧା ଜଳମଗ୍ନ ହେଲା ଚାଷ ଜମି ସହିତ ତଳିଆ ଅଞ୍ଚଳ । 

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବାଲିଆପାଳ ଦେଇ ପ୍ରବାହିତ ହେଉଥିବା ସୁବର୍ଣ୍ଣରେଖା ନଦୀରେ ପ୍ରଥମ ବନ୍ୟା ଜଳ ପ୍ରବାହିତ ହେବା ପରେ ଏବେ ଆତଙ୍କିତ ଅବସ୍ଥାରେ ତଳିଆ ଅଞ୍ଚଳ ଲୋକେ । ତେବେ ସୋମବାର ରାତି ଠାରୁ ବନ୍ୟା ପାଣି ବଢିବା ପରେ ଏବେ ଭୋଗରାଇର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହେବା ସହିତ ଲୋକେ ବିପଦ ସଂକୁଳ ଅବସ୍ଥାରେ ରହିଛନ୍ତି । 

ସେପଟେ ପ୍ରଶାସନ ପକ୍ଷରୁ ପାୱାର ବୋଟ୍ ସଜାଗ ରହିବା ସହିତ ତଳିଆ ଅଞ୍ଚଳବାସୀଙ୍କୁ ପ୍ରଶାସନ ପକ୍ଷରୁ ସଜାଗ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ତେବେ ଏ ବନ୍ୟା କେତେ ଭୟଙ୍କର ହେବ ତାର ସ୍ଥିତି ଏ ପର୍ଯ୍ୟନ୍ତ ଆକଳନ କରାଯାଇନାହିଁ । ତେବେ ବର୍ତ୍ତମାନ ସୁଧା ଭୋଗରାଇରେ ୫୦୦ ଶହ ହେକ୍ଟରରୁ ଉର୍ଦ୍ଧ୍ବ ଚାଷ ଜମି ଜଳମଗ୍ନ ହୋଇଛି ।

You Can Read:

କଟକରେ ଉଡ଼ିଲା ଫ୍ରି ପାଲେଷ୍ଟାଇନ୍‌ ପତାକା, ଏମିତି ଜବାବ ଦେଲେ ଫିର୍ଦ୍ଦୋସ ଓ ଭର୍ତ୍ତୃହରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.