ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଦୁଇ ଦିନ ହେବ ଥିଲେ ନିଖୋଜ

Published By : Prameya-News7 Bureau | September 25, 2024 IST

ସୋର ୨୫।୯: ଦୁଇ ଦିନ ଧରି ନିଖୋଜ ଥିବା ବୃଦ୍ଧଙ୍କ ମୃତଦେହ ନାଳରୁ ଉଦ୍ଧାର ହୋଇଛି l ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ କଣ୍ଟାପଡା ଶାସନ ଗ୍ରାମର ବନା ବୈଶାଖ ଦୁଇ ଦିନ ପୂର୍ବରୁ କେଉଁ ଆଡ଼େ ଚାଲିଯାଇଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ମିଳିନଥିଲା l ଖଇରା ବ୍ଲକ ବଟେଶ୍ୱର ପୋଲ ନିକଟରେ ଥିବା ଏକ ନାଳରେ ବୃଦ୍ଧଙ୍କ ମୃତଦେହ ଭାସୁଥିବା ନେଇ ଅଞ୍ଚଳବାସୀ ଦେଖିବା ପରେ ଦମକଳ ବାହିନୀ ଓ ଥାନାକୁ ଖବର ଦେଇଥିଲେ l ଖବର ପାଇ ଦମକଳ ବାହିନୀ ପହଞ୍ଚି ସକାଳ ସମୟରେ ମୃତଦେହକୁ ଉଦ୍ଧାର କରିଥିଲେ l ପୋଲିସ ପହଞ୍ଚି ମୃତଦେହ ଜବତ କରିବା ପରେ ବନା ବୈଶାଖଙ୍କ ମୃତଦେହ ବୋଲି ଚିହ୍ନଟ କରିଥିଲେ l

You Can Read:


 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.