ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନର ଦ୍ଵିତୀୟ ଦିନ, ଚତୁର୍ଭୁଜ ନାରାୟଣଙ୍କୁ ଦର୍ଶନ କରୁଛନ୍ତି ଭକ୍ତ

Published By : Prameya-News7 Bureau | June 24, 2024 IST

ବ୍ରହ୍ମଗିରି ୨୪।୬: ଦ୍ଵିତୀୟ ଦିନରେ ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ । ସୋମବାର ଦ୍ଵିତୀୟ ଦିନରେ ଶ୍ରୀ ଅଲାରନାଥଙ୍କ ଅନବସର ଦର୍ଶନ ପାଇଁ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁ ବ୍ୟାରିକେଡ୍‌ରେ ଲାଇନରେ ଯାଇ ଅର୍ଗଳି କାଠ ନିକଟରୁ ଦର୍ଶନ କରୁଛନ୍ତି । 

ସୋମବାର ଭୋର ୪ଟାରେ ମନ୍ଦିର ଖୋଲା ଯାଇଥିଲା । ୪ଟା ୨୦ ମିନିଟ୍‌ରେ ମଙ୍ଗଳ ଆଳତୀ, ଅବକାଶ, ତଡ଼ପ ଲାଗି, ବେଶ, ତୁଳସୀ ଲାଗି, ଗୋପାଳ ବଲ୍ଲଭ ସରିବା ପରେ ଏବେ ସର୍ବସାଧାରଣ ଦର୍ଶନ ୬ଟାରୁ ଆରମ୍ଭ ହୋଇଛି । ଶ୍ରୀଜିଉମାନେ ଅଣସର ଘରେ ଗୁପ୍ତ ସେବା ପାଉଛନ୍ତି । ଏହି ସମୟରେ ଅଲାରନାଥ  ପୀଠରେ ଚତୁର୍ଭୁଜ ନାରାୟଣଙ୍କୁ ଭକ୍ତମାନେ ଦର୍ଶନ କରୁଛନ୍ତି । 

ବର୍ଷ କରେ ୩୬୫ ଦିନ ମଧ୍ୟରୁ ୩୫୦ ଦିନ ଜଗନ୍ନାଥଙ୍କୁ ଦର୍ଶନ କରିବା ଯାହା ଅନବସର ସମୟରେ ୧୪ ଦିନ ଭିତରେ ଅଲାରନାଥଙ୍କୁ ଦର୍ଶନ କରିବା ସମାନ ବୋଲି ଭକ୍ତଙ୍କ ମନରେ ବିଶ୍ୱାସ ରହିଛି । ଏହି ବିଶ୍ବାସ ନେଇ ଅଲାରନାଥ ପୀଠକୁ ଭକ୍ତମାନେ ଛୁଟି ଆସିଥାନ୍ତି । ଏହି ୧୪ ଦିନ ବ୍ରହ୍ମଗିରି ଅଲାରନାଥ ପୀଠ ପାଲଟିଯାଏ ଦ୍ଵିତୀୟ ଶ୍ରୀକ୍ଷେତ୍ର ।

You Can Read :

ଅଣସର ଘରେ ଦାରୁବ୍ରହ୍ମ, ଆଜି ଓଦାବସ୍ତ୍ର ଓଲାଗି ପରେ ପିନ୍ଧିବେ ଶ୍ୱେତବସ୍ତ୍ର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.