ଅଣସର ଘରେ ଦାରୁବ୍ରହ୍ମ, ଆଜି ଓଦାବସ୍ତ୍ର ଓଲାଗି ପରେ ପିନ୍ଧିବେ ଶ୍ୱେତବସ୍ତ୍ର

Published By : Prameya-News7 Bureau | June 24, 2024 IST

ପୁରୀ ୨୪/୦୬: ଅତ୍ୟଧିକ ସ୍ନାନ ଯୋଗୁଁ ଜ୍ବରରେ ଆକ୍ରାନ୍ତ ଶ୍ରୀଜିଉ ଏବେ ଅଣସର ଘରେ ଅଛନ୍ତି। ଦଇତାପତି ସେବକମାନେ ଶ୍ରୀଜୀଉଙ୍କ ଗୁପ୍ତ ସେବା କରୁଛନ୍ତି। ତେବେ ଆଜି ଦଇତାପତିମାନେ ଶ୍ରୀଜୀଉଙ୍କ ପରିଧାନ ଓଦା ବସ୍ତ୍ରକୁ ଓଲାଗି କରିବାର ବିଧି ଥିବା ବେଳେ ଅଣସର ସମୟରେ ଶ୍ରୀଜିଉ ଶ୍ୱେତବସ୍ତ୍ର ପରିଧାନ କରିବାର ବିଧି ରହିଛି। 

ଏହି ଅଣସର ସମୟରେ ଶ୍ରୀଜିଉଙ୍କୁ ତୁଳସୀ ଲାଗି କରାନଯାଇ ଧଳାଫୁଲ ଲାଗି ଲାଗି କରାଯାଇଥାଏ। ଅଣସର ଘରେ ଥିବା ମହାପ୍ରଭୁଙ୍କ ପାଖରେ ଚକଟା ଏବଂ ପଣା ଭୋଗ କରାଯାଉଥିବା ବେଳେ ପଟିଦିଅଁଙ୍କୁ ଅନ୍ନ ମହାପ୍ରସାଦ ଭୋଗ କରାଯାଉଛି। ସେହିପରି ପଟିଦିଅଁ ରୂପରେ ପ୍ରଭୁ ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ମାଆ ଭୁବନେଶ୍ୱରୀ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ ପୂଜା ପାଉଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.