ବରଗଡ଼ରେ ଜଘନ୍ୟ ହତ୍ୟା କାଣ୍ଡ, ଯୁବକଙ୍କୁ ଟାଙ୍ଗିଆରେ ହାଣିଲା ପଡ଼ୋଶୀ

Published By : Prameya-News7 Bureau | September 28, 2024 IST

ବରଗଡ଼: ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା l ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ବରଗଡ଼ ସହରର ୱାର୍ଡ ନମ୍ବର ୧୮ ବାନ୍ଦୁର ଟିକ୍ରା ସ୍ଥିତ ସୁନାରୀ ଗଳିରେ। ମୃତକ ହେଲେ ୩୯ ବର୍ଷୀୟ ସୁଶାନ୍ତ ସାହୁ l ସୂଚନା ଅନୁଯାୟୀ, କୌଣସି କାରଣକୁ ନେଇ ପଡ଼ୋଶୀ ମଗଶିର ସାହୁଙ୍କ ସହ ସୁଶାନ୍ତଙ୍କ ବଚସା ହୋଇଥିଲା l ଆଉ ଘଟଣାକୁ ନେଇ ମଗଶିର ସୁଶାନ୍ତକୁ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଜଣା ପଡ଼ିଛି l 

ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳକୁ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବେଳେ ତଦନ୍ତ ମଧ୍ୟ ଆରମ୍ଭ କରିଛି l ଅନ୍ୟପଟେ ହତ୍ୟା କରିବା ପରେ ଅଭିଯୁକ୍ତ ଫେରାର ମାରିଛି l ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.