ନୀଳଗିରି NAC ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ପୁନର୍ବାର ଅନାସ୍ଥା ପ୍ରସ୍ତାବ

Published By : Prameya-News7 Bureau | September 22, 2024 IST

ନୀଳଗିରି ୨୨।୦୯ : ବାଲେଶ୍ୱର ଜିଲ୍ଲା ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦାସଙ୍କ ବିରୁଦ୍ଧରେ ପୁଣି ଅନାସ୍ଥା ପ୍ରସ୍ତାବ ଆସିଛି । ଗତ ଜୁଲାଇ ୩୦ ତାରିଖରେ ଏକ ଅନାସ୍ଥା ପ୍ରସ୍ତାବ ଚେୟାରମ୍ୟାନଙ୍କ ବିରୁଦ୍ଧରେ ଆସିଥିଲା । ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ପରେ କିଛି ସମୟ ପାଇଁ ଗଡିଯାଇଥିଲା। 

ଖବର ଅନୁଯାୟୀ, ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦାସଙ୍କ ବିରୁଦ୍ଧରେ ଗତ ଜୁଲାଇ ୩୦ ତାରିଖରେ ଅନାସ୍ଥା ପ୍ରସ୍ତାବ ଆସିଥିଲା । ଏନେଇ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେଣୁ ଏହା କିଛି ସମୟ ପାଇଁ ରହିଯାଇଥିଲା । ପରେ ଏବେ ପୁଣିଥରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୂର୍ବରୁ ଅଗଷ୍ଟ ୫ ତାରିଖରେ ବିଜେପି ଏବଂ ସମର୍ଥିତ ୧୧ ଜଣ କାଉନସିଲର ବାଲେଶ୍ୱର ଜିଲ୍ଲାପାଳଙ୍କ ଠାରେ ଆବେଦନ କରିଥିଲେ। ବାଲେଶ୍ୱର ଜିଲ୍ଲାପାଳ ଆଶିଷ ଠାକରେ ଅଗଷ୍ଟ ୧୪ ତାରିଖରେ ଏନଏସି ସଭା ଗୃହରେ ଏକ ବୈଠକର ଆହ୍ୱାନ କରିବା ସହିତ ମତଦାନ କରାଯିବାର ନିର୍ଦ୍ଦେଶନାମା ଦେଇଥିଲେ । ସମସ୍ତ କାଉନସିଲର, ନିର୍ବାହୀ ଅଧିକାରୀ, ଅଧକ୍ଷା ଏବଂ ନୀଳଗିରି ଉପଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା।  

ଶେଷରେ ଅଗଷ୍ଟ ୧୨ ତାରିଖରେ ଅଧ୍ୟକ୍ଷା ଏହା ବିପକ୍ଷରେ ଓଡିଶା ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ମାନ୍ୟବର କୋର୍ଟ ସେପ୍ଟେମ୍ବର ୫ ତାରିଖରେ ଏହାର ଚୂଡାନ୍ତ ଶୁଣାଣି କରି ନୂତନ ଭାବେ ଅଗ୍ରଗତି କରିବା ପାଇଁ କତୃପକ୍ଷଙ୍କୁ ଅନାସ୍ଥା ସଂକଳ୍ପ ଆଇନ ଅନୁଯାୟୀ ସ୍ୱାଧୀନତା ପ୍ରଦାନ କରାଯାଇଥିଲା । ଉକ୍ତ ଆଦେଶକୁ ପାଳନ କରି ଆସନ୍ତା ସେପ୍ଟେମ୍ବର ମାସ ୨୭ ତାରିଖରେ ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହରେ ପୂର୍ବାହ୍ନ ୧୧ ଘଟିକା ଠାରୁ ମଧ୍ୟାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ପ୍ରସ୍ତାବିତ ସଂକଳ୍ପ ଉପରେ ଆଲୋଚନା କରାଯିବ । ଏଥି ସହିତ ୧୨:୧୦ମିନିଟରେ ମତଦାନ ଏବଂ ୧୨:୩୦ ମିନିଟରେ ଫଳାଫଳ ପ୍ରକାଶ କରିବାକୁ ବାଲେଶ୍ୱର ଜିଲ୍ଲାପାଳ ତଥା ଜିଲ୍ଲା ଦଣ୍ଡାଧିକାରୀ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହାର ଏକକିତା ନକଲ ସମସ୍ତ କାଉନସିଲର, ନିର୍ବାହୀ ଅଧିକାରୀ, ଅଧକ୍ଷା ଏବଂ ନୀଳଗିରି ଉପଜିଲ୍ଲାପାଳଙ୍କୁ ପ୍ରେରଣା କରିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.