ଅଙ୍ଗନବାଡି କର୍ମୀଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣା ; ୩ ଜଣଙ୍କୁ ଗିରଫ କଲା ପୋଲିସ

Published By : Prameya-News7 Bureau | September 22, 2024 IST

ଜଳେଶ୍ଵର ୨୨।୦୯: ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ମହାପଦା ଅଙ୍ଗନବାଡି କର୍ମୀଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣାରେ ୩ ଜଣ ମହିଳାଙ୍କୁ ଗିରଫ କରାଯାଇଛି। ଏବେବି ୧୦ରୁ ଅଧିକ ମହିଳା ଫେରାର ଥିବା ବେଳେ ସେମାନଙ୍କୁ ଖୋଜୁଛି ପୋଲିସ। ଗତ ୧୯ ତାରିଖ ଦିନ ମହପଦା ଗାଁରେ କାର୍ଯ୍ୟରତ ଜଣେ ଅଙ୍ଗନବାଡ଼ି ଦିଦିଙ୍କୁ ଗଛରେ ବାନ୍ଧି ନିସ୍ତୁକ ପିଟିଥିଲେ ଉତ୍ୟକ୍ତ ଲୋକେ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। 

ଗତକାଲି ସଂଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସଂପୃକ୍ତ ଅଙ୍ଗନବାଡ଼ି କର୍ମୀଙ୍କୁ ଫୋନ୍ କରି ଘଟଣା ସଂପର୍କରେ ପଚାରି ବୁଝିଥିଲେ। ଆଜି ପ୍ରଭାତୀ ପରିଡ଼ା କହିଛନ୍ତି ଦୋଷୀଙ୍କ ବିରୋଧର ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ l ଦଳମତ ନିର୍ବିଶେଷରେ ସମସ୍ତଙ୍କ ପାଇଁ ସୁଭଦ୍ରା ଯୋଜନା କରାଯାଇଛି l ସୁଭଦ୍ରା ଯୋଜନାରେ ସାମିଲ ମହିଳାଙ୍କ ପ୍ରତି ହୋଇଥିବା ଅତ୍ୟାଚାର ପ୍ରମାଣ କରୁଛି କିଛି ଲୋକଙ୍କ ମନ୍ଦ ଉଦ୍ଦେଶ୍ୟ ଅଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.