୫ମାସ ପରେ ଡକାୟତ ଗ୍ୟାଙ୍ଗର କାର୍ପଟଦାର ଗିରଫ, ପୂର୍ବରୁ ବନ୍ଧା ହୋଇଛନ୍ତି ୩

Published By : Prameya-News7 Bureau | September 22, 2024 IST

ଚୌଦ୍ଵାର ୨୨/୯: ୫ ମାସ ଧରି ଲୁଚକାଳି ଖେଳ ପରେ ପୋଲିସ ହାତରେ ଧରାପଡିଛି ଡକାୟତ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ । ଗିରଫ ଅଭିଯୁକ୍ତ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଆଇଥବନା ଗାଁର ଜେ.ବାବୁଲା । ତା ନିକଟରୁ ୮୫ ଗ୍ରାମର ସୁନା ଅଳଙ୍କାର ଜବତ କରିଛି । ଚୌଦ୍ବାର ନିକଟ କରଞ୍ଜି ଗାଁରେ ଡକାୟତି ଘଟଣାର ମୁଖ୍ୟ କାର୍ଟପଦାର ବାବୁଲା । ପୂର୍ବରୁ ଚୋରି ମାମଲାରେ ସାମିଲ ଥିବା ୩ ଅଭିଯୁକ୍ତ ଅମରେଶ୍ବର ମହାନ୍ତି,ଆକାଶ ଦାସ ଓ ସନ୍ତୋଷ ମହାନ୍ତଙ୍କୁ ଜଗତପୁର ପୋଲିସ ଗିରଫ କରି ସାରିଛି । ପୋଲିସକୁ ଚକ୍‌ମା ଦେଇ ଖସିଯାଇଥିଲା ବାବୁଲା । ବାବୁଲା ନାଁରେ ଅନେକ ଥାନାରେ ମାମଲା ଥିବା କହିଛି ପୋଲିସ । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.